ପ୍ରବଳ ବର୍ଷା ସହ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ରାଜ୍ୟର ଅଧା ଅଞ୍ଚଳରେ ଘଡ଼ଘଡ଼ି ,ଝଡ଼ତୋଫାନ୍‌ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏଥିପାଇଁ ୨୨ଟି ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଆଜି ରାତିରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଅନୁଗୋଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ଭୁବନେଶ୍ୱର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

 

 

You might also like