ସହିଦ ସପ୍ତାହରେ ବିରାଟ ମାଓବାଦୀ ମେଳି

ମାଲକାନଗିରି: ମାଓବାଦୀଙ୍କ ସହିଦ ସପ୍ତାହରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ବିରାଟ ମାଓବାଦୀ ମେଳି। ମାଲକାନଗିରିର ରାଲେଗାଡ଼ା ପଞ୍ଚାୟତ ଓ ଆନ୍ଧ୍ରପ୍ରଦେଶର କୋରୁକୁଣ୍ଡା ସୀମାନ୍ତ ଅଞ୍ଚଳରେ ଗତକାଲି ମାଓବାଦୀ ମେଳି କରାଯାଇଥିବା ଜଣାପଡ଼ିଛି। ଏହି ମେଳିରେ ୬୦୦ରୁ ଅଧିକ ମାଓବାଦୀ ଏକାଠି ହୋଇଥିଲେ।

ଓଡ଼ିଶା-ଆନ୍ଧ୍ର ବର୍ଡର ଜୋନାଲ କମିଟି ପକ୍ଷରୁ ଏହି ମେଳି ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁରୁପ୍ରିୟା ସେତୁକୁ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଇଛି। ଏହି ମେଳିରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳବାସୀ ମଧ୍ୟ ସାମିଲ ହୋଇଥିଲେ।

ସୂଚନାଥାଉ କି, ଗତକାଲିଠୁ ସପ୍ତାହେ ବ୍ୟାପୀ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ପାଳୁଛନ୍ତି ସହିଦ ସପ୍ତାହ। କୌଣସି ଅଘଟଣ ଆଶଙ୍କାରେ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ସହିଦ ସପ୍ତାହରେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

You might also like