ଆପଣଙ୍କ ଗାଡ଼ି ବାୟୁ ପ୍ରଦୂଷଣ କରୁଛି କି ? କଣ କରିବେ ଜାଣନ୍ତୁ
ଏବେ ଦିନକୁ ଦିନ ଲୋକ ସଂଖ୍ୟା ବଢିବାରେ ଲାଗିଛି। ଏହା ସହ ତାଳ ଦେଇ ଅନେକ ସଂଖ୍ୟାରେ ଗାଡ଼ି ମଟର ମଧ୍ୟ ବଢୁଛି। ଫଳରେ ପରିବେଶ ଉପରେ ଏହାର ପ୍ରଭାବ ପଡୁଛି। ବାୟୁମଣ୍ଡଳ ଦୂଷିତ ହେଉଛି। ଯଦି ଆପଣ ଜାଣୁଛନ୍ତି ଯେ ଆପଣଙ୍କ କାର୍ ବାୟୁମଣ୍ଡଳକୁ ଅଧିକ ଦୂଷିତ କରୁଛି। ତୁରନ୍ତ ଏହି ଉପାୟ ଅବଲମ୍ବନ କରନ୍ତୁ।
୧ – କାର୍ ଇଞ୍ଜିନ୍କୁ ଚେକ୍ କରନ୍ତୁ – ଯେତେବେଳେ ଆପଣ ଭାବୁଛନ୍ତି ଯେ ଆପଣଙ୍କ କାର୍ ଅଧିକ ପ୍ରଦୂଷିତ କରୁଛି, ଏତିକି ବେଳେ ଆଉ ବିଳମ୍ବ ନକରି କାର୍ ଇଞ୍ଜିନ୍କୁ ଚେକ୍ କରି କରନ୍ତୁ। ଫଳରେ ଏହା କମ୍ ପ୍ରଦୂଷିତ କରିବ। ଅନେକଥର ଦେଖାଯାଏ କି ଗାଡ଼ିରେ କୌଣସି ଗଡ଼ବଡ଼କୁ ଆମେ ଅଣଦେଖା କରିଥାଉ, ହେଲେ ଏମତି କରିବା ଠିକ୍ ନୁହେଁ। ଏହା ଦ୍ୱାରା ପ୍ରଦୂଷଣ ମଧ୍ୟ ବଢିଥାଏ।
୨ –ଇଞ୍ଜିନର ଟ୍ୟୁନିଂକୁ ଠିକ୍ ରଖନ୍ତୁ – ଯଦି ଗାଡ଼ିର ଟ୍ୟୁନିଂରେ ଅସୁବିଧା ଥାଏ, ଏହା ଠିକ୍ ଇନ୍ଧନ ଫ୍ଲୋ କରିପାରେନି। ଫଳରେ ଏହା ଦ୍ୱାରା ଦୂଷିତ ଧୂଆ ବାହାରିଥାଏ। ଏଣୁ ଇଞ୍ଜିନର ଟ୍ୟୁନିଂକୁ ଠିକ୍ କରିଦିଅନ୍ତୁ।
୩ – ଗାଡ଼ିର ଇଞ୍ଜିନ୍ ଖରାପ ହେଲେ – କୌଣସି କାରଣରୁ ଗାଡ଼ିର ଇଞ୍ଜିନ୍ ଖରାପ ହୋଇଯାଇଥିଲେ, ଇଞ୍ଜିନରେ ଅଧିକ ତେଲ ପୋଡ଼ିଯାଏ। ଏହା ଦ୍ୱାରା ଅଧିକ ଧୂଆଁ ବାହାରି ବାୟୁ ଦୂଷିତ ହୁଏ।
୪ – ତେଲରେ ଅପମିଶ୍ରଣ – ଗାଡ଼ିରେ ବ୍ୟବହାର କରାଯାଉଥିବା ତେଲରେ ଅପମିଶ୍ରଣ ଥିଲେ, ଏହା ବାୟୁକୁ ଦୂଷିତ କରେ। ଇଞ୍ଜିନ୍ର କ୍ଷମତାରେ ହ୍ରାସ ଘଟେ।
୫ – ଖରାପ ସେନସର୍ – ଆଜିକାଲି ଗାଡ଼ିରେ ଅନେକ ପ୍ରକାରର ସେନସର୍ ଲାଗିଥାଏ। ଗାଡ଼ି ଚାଲୁଥିବା ବେଳେ ସେନସର ଯଦି କାମ କରେନାହିଁ ତ ଏହାର ପ୍ରଭାବ ଗାଡ଼ିର ଏଫିସେନ୍ସି ଉପରେ ପଡେ ଏବଂ ଏହା ମଧ୍ୟ ପ୍ରଦୁଷଣ ବଢାଇବାର କାରଣ ହୋଇପାରେ।
୬-କନଭର୍ଟର ଠିକ୍ ନଥିଲେ –ଆଜିକାଲି ବଜାରକୁ ଆସୁଥିବା ନୂଆ ଗାଡ଼ି ଗୁଡିକରେ କନଭର୍ଟର ଲାଗିଥାଏ। ଏଥିରେ ପ୍ରଦୂଷଣ ରୋକିବାକୁ ସିଲିକନ୍ ରଡ୍ସ ଲାଗିଥାଏ। ଏହା ଯଦି ଖରାପ ହୋଇଯାଏ ତ ଗାଡ଼ିର ପ୍ରଦୂଷଣ ସ୍ତର ବଢିଯାଇଥାଏ।
୭- ଗାଡ଼ିର କିଛି ଲକ୍ଷଣ – ଆପଣଙ୍କ ଗାଡି ଯଦି ଅଧିକ ତେଲ ଆବଶ୍ୟକ କରୁଛି,ଏହା ଦ୍ୱାରା ଖର୍ଚ୍ଚ ତ ବଢିବ, ହେଲେ ଆପଣଙ୍କ ଗାଡ଼ି ମଧ୍ୟ ସ୍ମୁଥ୍ ଚାଲିବନାହିଁ। ଏହି ଲକ୍ଷଣରୁ ଜଣାପଡିଯିବ ପ୍ରଦୂଷଣ ବଢୁଛି।
୮- ଅଧିକା ଧୂଆଁ ବାହାରିଲେ – ଗାଡ଼ିରୁ ଅଧିକ ଧୂଆଁ ବାହାରିଲେ, ନାଇଟ୍ରୋଜେନ୍,କାର୍ବନ ମନୋକ୍ସାଇଡ୍ ଓ କାର୍ବନ ଡାଇଅକ୍ସାଇଡ୍ ବାୟୁମଣ୍ଡଳରେ ମିଶେ, ଯଦ୍ୱାରା ବାୟୁମଣ୍ଡଳର କ୍ଷତି ଘଟିଥାଏ। ଏହାଦ୍ୱାରା ଗାଡ଼ିର ଇନ୍ଧନ ପାଇଁ ଆପଣ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି।
ଏଥିପାଇଁ ଉପାୟ –
୧ -ପିୟୁସିକୁ ଯାଇ ପ୍ରଦୂଷଣର ସ୍ତର ଚେକ୍ କରନ୍ତୁ।
୨- ଗାଡ଼ିର ଆଭରେଜ୍ ସ୍ପିଡ୍ ଉପରେ ନଜର ରଖନ୍ତୁ।
୩- ଯଦି ଗାଡ଼ିରେ କିଛି ଅସୁବିଧା ଥିବାର ଦେଖୁଛନ୍ତି , ତୁରନ୍ତ ଠିକ୍ କରନ୍ତୁ।
୪-ୱର୍କଶପ୍ ମେକାନିକ୍ଙ୍କୁ ଇନ୍ଧନ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାର ଉପାୟ ପଚାରନ୍ତୁ।
୫- ୱର୍କଶପ୍ରେ ଗାଡ଼ିର ଟ୍ୟୁନିଂକୁ ଠିକ୍ କରନ୍ତୁ।
୬- ଫୁଏଲ୍ ଟାଙ୍କିକୁ ଭଲ ଭାବେ ସଫା କରି , ପୁଣି ତେଲ ଭର୍ତ୍ତି କରନ୍ତୁ।
୭- କାଟାଲିଟିକ୍ କନ୍ଭର୍ଟର ଖରାପ ହୋଇଗଲେ, ଏହାକୁ ବଦଳାନ୍ତୁ।
୮- ସବୁଠୁ ଜରୁରୀ କଥା ହେଲା ଗାଡ଼ିକୁ କମ୍ପୁଟରାଇଜ୍ ସ୍କାନିଂ କରାନ୍ତୁ।