• translate
Odishatv Bureau

ମୁଜାଫରନଗର: ଫିଲ୍ମରେ ସୁପରମ୍ୟାନ୍‌ଙ୍କ କଥା ତ ସମସ୍ତେ ଜାଣିଥିବେ। କାହିଁକି ନା ସୁପରମ୍ୟାନ୍‌ ଶେଷ ସମୟରେ ଆସି ସମସ୍ତଙ୍କ ଜୀବନ ବଞ୍ଚାଇ ଥାଏ। ଆଉ ସମସ୍ତେ ଭାବନ୍ତି କି ସୁପରମ୍ୟାନ୍‌ ହେଉଛି ସବୁଠୁ ଶକ୍ତିଶାଳୀ। ସୁପରମ୍ୟାନ୍‌ ପାଖରେ ସେସବୁ ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ବୋଲି ସମସ୍ତଙ୍କ ଧାରଣା।

ତେବେ ଆମେ ଏଠି ଆପଣଙ୍କୁ କୌଣସି ରିଲ୍‌ ଲାଇଫର ସୁପରମ୍ୟାନ୍‌ ନୁହେଁ ବରଂ ରିୟଲ୍‌ ଲାଇଫର ସୁପରମ୍ୟାନ୍‌ଙ୍କ କଥା କହୁଛୁ। ପଢ଼ନ୍ତୁ ପୂରା ଘଟଣା...

ରିୟଲ ଲାଇଫର ଏମିତି ଜଣେ ସୁପରମ୍ୟାନ୍‌, ଯାହାଙ୍କ ପାଖରେ ସୁପର ପାୱାର ନ ଥାଇ ମଧ୍ୟ ଅନେକ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଉତ୍ତରପ୍ରଦେଶ ମୁଜାଫରନଗରରେ ରହୁଥିବା ମନୋଜ କୁମାର ସାଇନିଙ୍କୁ ସୁପର ହିରୋ କୁହାଯାଉଛି। ଫଳ ବ୍ୟବସାୟ କରୁଥିବା ମନୋଜଙ୍କୁ ସମସ୍ତେ ସୁପରମ୍ୟାନ୍‌ ଭାବେ ଜାଣନ୍ତି।

ଭୋପା ଅଞ୍ଚଳର ଗଙ୍ଗା କେନାଲ ନିକଟରେ ମନୋଜଙ୍କ ଫଳ ଦୋକାନ ରହିଛି। ଏହି ସ୍ଥାନକୁ ସୁଇସାଇଡ଼ ପଏଣ୍ଟ ବୋଲି କୁହାଯାଉଥିବା ଜଣାପଡ଼ିଛି। ଏଠାରେ ଅନେକ ଲୋକ ସୁଇସାଇଡ଼ କରିଥିବାର  କୁହାଯାଉଛି।

ଗତ ୧ବର୍ଷ ମଧ୍ୟରେ ମନୋଜ ୭ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ପ୍ରଥମ ଥର ମନୋଜ ଯେତେବେଳେ ଦେଖିଲେ ଜଣେ ଯୁବକ କେନାଲକୁ ଡେଇଁବା ପାଇଁ ଯାଉଛନ୍ତି, ସେ ଏହା ବିଶ୍ୱାସ କରିପାରିଲେନି। ଉକ୍ତ ଯୁବକଙ୍କୁ ବଞ୍ଚାଇବା ପାଇଁ ସେ ପୂରା ସ୍ଥିର କରି ଦେଇଥିଲେ। ସଙ୍ଗେ ସଙ୍ଗେ କେନାଲକୁ ଡେଇଁ ପଡ଼ି ଯୁବକଙ୍କ ଜୀବନ ବଞ୍ଚାଇଥିଲେ ମନୋଜ।

ତାଙ୍କର ଏଭଳି ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଆଖି ସାମ୍ନାରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କରୁଥିବା ଦେଖିପାରିବେ ନାହିଁ ବୋଲି ମନୋଜ କହିଛନ୍ତି।

Other Stories