CBSEରେ ପୁଣି ପୁନଃମୂଲ୍ୟାୟନ ବ୍ୟବସ୍ଥା ପ୍ରଚଳନ

ନୂଆଦିଲ୍ଲୀ: ଆଜିଠୁ ଜୁନ୍‌ ୫ ତାରିଖ ଯାଏ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ।  ମିଳିଥିବା ମାର୍କକୁ ନେଇ ଯେଉଁ ଛାତ୍ରଛାତ୍ରୀମାନେ ସନ୍ତୁଷ୍ଟ ନୁହନ୍ତି, ସେମାନେ ଏହି ଆବେଦନ କରିପାରିବେ।

ଗତ ବର୍ଷ ପୁନଃ ମୂଲ୍ୟାୟନକୁ ସିବିଏସ୍ଇ ବନ୍ଦ କରିଥିଲେ ମଧ୍ୟ ଏ ବର୍ଷ ପୁଣି ଥରେ ସେହି ବ୍ୟବସ୍ଥା ଲାଗୁ କରାଯାଇଛି। ପୁନଃମୂଲ୍ୟାୟନ ତିନି ପ୍ରକ୍ରିୟାରେ ହେବ। ରିଚେକିଂ ଅର୍ଥାତ ଉତ୍ତର ଖାତାର ସବୁ ମାର୍କକୁ ଆଉ ଥରେ ମିଶାଇବା, ଉତ୍ତର ଖାତାର ନକଲ ପ୍ରଦାନ ଓ ଶେଷରେ ପୁନଃମୂଲ୍ୟାୟନ ।

କେବଳ ରିଚେକିଂ ପାଇଁ ଗୋଟିଏ ବିଷୟ ପାଇଁ ୫ ଶହ ଟଙ୍କା ଦେବାକୁ ପଡ଼ିବ।  ଉତ୍ତର ଖାତାର ନକଲ ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୫ ଶହ ଲେଖାଏଁ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୭ ଶହ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ।  ତା’ ପରେ ପୁନଃମୂଲ୍ୟାୟନ ପାଇଁ ଗୋଟିଏ ବିଷୟ ପାଇଁ ଶହେ ଟଙ୍କା ଦେବାକୁ ପଡ଼ିବ।

ଯେଉଁ ଛାତ୍ରଛାତ୍ରୀ ରିଚେକିଂ ପାଇଁ ଆବେଦନ କରିବେ, ଜୁନ ୧୪ ସୁଦ୍ଧା ସେମାନଙ୍କର ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଜୁନ ୧୫-୧୬ ସୁଦ୍ଧା ଉତ୍ତର ଖାତା ମାଗିପାରିବେ।  ଜୁନ୍ ୨୦ ସୁଦ୍ଧା ସେମାନଙ୍କୁ ଏହା ଯୋଗାଇ ଦିଆଯିବ।  ତଥାପି ସନ୍ତୁଷ୍ଟ ନ ହେଲେ ଛାତ୍ରଛାତ୍ରୀମାନେ ଜୁନ ୨୧-୨୨ରେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିପାରିବେ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like