ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ। ସଂସ୍କୃତ ବିଭାଗ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଜଣେ ଏମ୍‌ବିଏ ଦ୍ୱିତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଛାତ୍ରଙ୍କ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଅାଯାଇଛି।

ଅଭିଯୋଗ ଅନୁସାରେ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରଚାର ପାଇଁ ଜଣେ ସିନିୟର ଛାତ୍ର ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହାକୁ ସଂପୃକ୍ତ ଛାତ୍ର ସୋଶାଲ୍ ମିଡିଅାରେ ବିରୋଧ କରିଥିଲେ। ଘଟଣାକୁ ନେଇ ଗତକାଲି ରାତିରେ ସଂପୃକ୍ତ ଛାତ୍ରଙ୍କୁ ଅଭିଯୁକ୍ତମାନେ ହଷ୍ଟେଲରେ ପଶି ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଘଟଣା ପରେ ଅାଜି ଛାତ୍ର ଜଣକ ହଷ୍ଟେଲ ଓ୍ୱାଡେନଙ୍କୁ ଜଣାଇବା ସହ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ପୀଡ଼ିତ ଛାତ୍ରଙ୍କ ଡାକ୍ତରୀ ମାଇନା କରିବା ସହ ଘଟଣାର ତଦନ୍ତ ଜାର ରଖିଛି। ତେବେ ଏନେଇ ରେଭେନ୍ସା କର୍ତ୍ତୃପକ୍ଷ କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

You might also like