୪ ତାରିଖରେ ଯାଞ୍ଚ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର : ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଆସନ୍ତା ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି। ପୂର୍ବ ମନୋନୀତ ହୋଇଥିବା ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ଯାଇ ଯାଞ୍ଚ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ସେମାନେ ରତ୍ନ ଭଣ୍ଡାରର ଛାତ ସହ କାନ୍ଥର ଯାଞ୍ଚ କରିବେ।

ଯାଞ୍ଚ ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଯାଞ୍ଚ ପରେ ତୁରନ୍ତ ମୁଖ୍ୟ ପ୍ରଶାସକଙ୍କୁ ଯାଞ୍ଚକାରୀ ରିପୋର୍ଟ ଦେବେ। ଯାଞ୍ଚ ସମୟରେ କଡ଼ାକଡ଼ି ଭାବେ ଏସ୍ଓପି ପାଳନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା।

ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, ଦେଉଳ କରଣ, ASIର ୨ ଜଣ ଯନ୍ତ୍ରୀ, ASI କୋର କମିଟିର ୨ ସଦସ୍ୟ ଜି.ସି.ମିତ୍ର ଓ ଏନ୍.ସି.ପାଲ୍ ଏବଂ ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍.କେ.ମହାନ୍ତି ରତ୍ନଭଣ୍ଡାରକୁ ଯିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏମାନେ ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା କରି ଶପଥ ଗ୍ରହଣ କରିବେ। ଭିତରେ ଯାହା ଦେଖିବେ ତାହା ପ୍ରକାଶ କରିବେ ନାହିଁ ବୋଲି ନିଷ୍ପତ୍ତି ନେବେ। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ଏହି କମିଟି କେବଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦେବ।

ଦେଖନ୍ତୁ ଏହି ଭିଡ଼ିଓ-

ଆହୁରି ପଢ଼ନ୍ତୁ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ପାର୍କିଂରେ ଜଳିଉଠିଲା କାର

ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ

ସାଇକ୍ଲିଙ୍ଗ ଆଣ୍ଡ୍ ଆଡଭେଞ୍ଚର କ୍ଲବର ସାଇକେଲ ଶୋଭାଯାତ୍ରା

ସାର୍ବଜନୀନ ହେବ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ସୁନା ରୂପାର ପରିମାଣ

ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ପଡୁଥିବା ଲୁଗା ଓ ଶାଢ଼ୀକୁ ନିଲାମ ପାଇଁ ନିଷ୍ପତ୍ତି

You might also like