ସରିଲା ଘୋଷଯାତ୍ରା: ଆଜିଠୁ ମିଳିବ ନୀଳାଚଳ ଅବଢ଼ା

ପୁରୀ: ରଥଯାତ୍ରା ଶେଷ ହେବା ସହିତ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜିଉ। ପୁଣି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର। ଜନ୍ମବେଦୀରୁ ଭାଇ ଭଉଣୀଙ୍କ ସହିତ ଫେରିବା ପରେ ପ୍ରଥମେ ସୁନାବେଶ, ଅଧରପଣା ଓ ଗତକାଲି ନୀଳାଦ୍ରି ବିଜେ ସଂପନ୍ନ ହୋଇଛି।

ଭାଇ ଭଉଣୀଙ୍କ ସହିତ ନୀଳକନ୍ଦରକୁ ଫେରି ଆସିଛନ୍ତି ମହାପ୍ରଭୁ।  ଆଜିଠାରୁ ପୁଣି ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ।  ଏହା ସହିତ ଆଜିଠୁ ପୁଣି ବାହାରିବ ନୀଳାଚଳ ଅବଢ଼ା। ରତ୍ନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ ସହିତ ଅବଢ଼ା ଗ୍ରହଣ କରିବାକୁ ଭକ୍ତମାନେ ଅତ୍ୟନ୍ତ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଗତକାଲି ହୋଇଥିଲା ନୀଳାଦ୍ରି ବିଜେ। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ର ଓ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ନିଆଯାଇ ଥିଲା। ଶେଷରେ ଟାହିଆ ହଲାଇ ନୀଳାଦ୍ରି ବିଜେ ପହଣ୍ଡିରେ ବାହାରିଥିଲେ ସମସ୍ତଙ୍କ ପ୍ରିୟ କାଳିଆ ଠାକୁର। ତେବେ ତାଙ୍କୁ ବାଟରେ ଅଟକାଇଥିଲେ ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ। ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହେବା ପରେ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ ମହାପ୍ରଭୁ ଜଗନ୍ନାଥ।

You might also like