ରଥଯାତ୍ରାରେ ବିଭ୍ରାଟ ନେଇ ଆଶଙ୍କା!

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରାରେ ବିଭ୍ରାଟ ଆଶଙ୍କା। କାରଣ ରଥଟଣା ପାଇଁ ଆବଶ୍ୟକ ଦଉଡ଼ି ପ୍ରସ୍ତୁତି କାମ ଅଟକି ଯାଇଥିବାରୁ ଯାତ୍ରାରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଗୁଇନ୍ଦା ବିଭାଗ।

ପ୍ରସଙ୍ଗ ଅତି ଜରୁରୀ  ଓ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ପୁରୀ ଏସ୍‌ପିଙ୍କୁ ଚିଠି ମାଧ୍ୟମରେ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଅବଗତ କରିଛନ୍ତି ।

ଦଉଡ଼ି ପ୍ରସ୍ତୁତ ହେଉଥିବା ପୁରୀ ଜିଲ୍ଲା ବୀରପ୍ରତାପପୁର ସ୍ଥିତ କତା କାରଖାନାର କର୍ମଚାରୀମାନେ ଜୁନ୍‌ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଦଉଡ଼ି ପ୍ରସ୍ତୁତ କାମ ବନ୍ଦ ହୋଇଛି ବୋଲି ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଚିଠିରେ ଉଲ୍ଲେଖ କରିଛନ୍ତି।

ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଯାଏଁ ରଥ ଟାଣିବା ଲାଗି ଦଉଡ଼ି ପ୍ରସ୍ତୁତ ହୋଇପାରିନି।  ରଥ ଟାଣିବା ପାଇଁ ପ୍ରତିବର୍ଷ ୧୮ଟି ଦଉଡ଼ି ଯୋଗାଇ ଥାଏ କତା ନିଗମ।  ସେଥିମଧ୍ୟରୁ ୧୪ଟି ଦଉଡ଼ି ରଥ ଟଣା ଓ ୪ଟି କର୍ଡ଼ନରେ ବ୍ୟବହାର ହୋଇଥାଏ।

ଏଥିସହ ବାରିପଦା, ନୀଳଗିରି, ନୟାଗଡ଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଭୁବନେଶ୍ୱରସ୍ଥିତ ଇସ୍କନ ଓ କିଟ୍ ଜଗନ୍ନାଥ ମନ୍ଦିର ରଥଯାତ୍ରା ପାଇଁ ମଧ୍ୟ ଦଉଡ଼ି ଏହିଠାରୁ ଆସିଥାଏ।

ତେବେ ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଦଉଡ଼ି ପାଇଁ ରଥଯାତ୍ରା ବନ୍ଦ ହେବ ନାହିଁ।

 

You might also like