ବାଂଲା ରସଗୋଲାକୁ GI ମାନ୍ୟତା ପ୍ରସଙ୍ଗ : ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର : ବାଂଲା ରସଗୋଲାକୁ GI ବା ଭୌଗଳିକ ଉତ୍ପତ୍ତି ମାନ୍ୟତା ମିଳିବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍। ମାନ୍ୟତା କାହିଁକି ପ୍ରତ୍ୟାହାର କରାନଯିବ ସେନେଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରାଯାଇଛି।

GI ମାନ୍ୟତା ପଞ୍ଜିକରଣ ହେଉଥିବା ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କୁ ୨ ମାସ ମଧ୍ୟରେ ପକ୍ଷ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି। ରସଗୋଲାର ଉତ୍ପତ୍ତି ସ୍ଥଳକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବାଦ ବିବାଦ ଲାଗି ରହିଛି।

ତେବେ ବାଂଲା ରସଗୋଲା ନାଁରେ ପଶ୍ଚିମବଙ୍ଗ GI ମାନ୍ୟତା ହାସଲ କରିଥିଲା ପଶ୍ଚିମବଙ୍ଗ ଭୁଲ୍‌ ତଥ୍ୟ ଦେଇ ଚଞ୍ଚକତା କରି ଏହି ମାନ୍ୟତା ପାଇଥିବା ଦର୍ଶାଇ ଅବଜେକ୍ସନ ପିଟିସନ ଫାଇଲ କରିଥିଲେ ରମେଶ ସାହୁ। GI ମାନ୍ୟତା ପାଇଁ ପଶ୍ଚିମବଙ୍ଗ ପକ୍ଷରୁ କୌଣସି ମିଷ୍ଟାନ୍ନ ପ୍ରତିଷ୍ଠାନ ଆବେଦନ କରିନଥିବାବେଳେ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଉଦ୍ୟାନ ବିଭାଗ କିଭଳି ଆବେଦନ କରିଥିଲା? ଏବଂ ଓଡିଶାର ପକ୍ଷ ରଖିବାକୁ କାହଁକି ସୁଯୋଗ ଦିଆଯାଇନଥିଲା ବୋଲି ଆବେଦନକାରୀ ପିଟିସନରେ ଉଲ୍ଲେଖ୍ୟ କରିଥିଲେ।

You might also like