ନିପା ଭାଇରସ ମୁକାବିଲା: ଶହେ ନୂଆ ନମୁନା ପରୀକ୍ଷଣ ପାଇଁ ପଠାଗଲା

ନୂଆଦିଲ୍ଲୀ: ନିପା ଭାଇରସ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ନିର୍ଦେଶରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ, ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟରୁ ଏକ ଟିମ କୋଝିକୋଡକୁ ଯାଇଛନ୍ତି । ଟିମ ପହଞ୍ଚିବା ପରେ ପ୍ରାୟ ଶହେ ନୂଆ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟକୁ ପଠାଯାଇଛି। ସେପଟେ କେରଳ ମୁଖ୍ୟ ମନ୍ତ୍ରୀ ପି. ବିଜୟନ କହିଛନ୍ତି ଯେ ସ୍ଥିତି ଉପରେ ନଜର ରଖାଯାଇଛି । ଆଉ ଯେପରି ଅଧିକ ଜୀବନ ନ ଯାଏ ସେ ନେଇ ଉଦ୍ୟମ କରାଯାଉଛି। କୌଣସି ସନ୍ଦିଗ୍ଧ ରୋଗୀଙ୍କୁ ନ ଫେରାଇବାକୁ ଘରୋଇ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀମାନଙ୍କର ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି ।

କଣ କହୁଛି WHO ?
ଯଦି ଏହି ଭାଇରସକୁ ନୂଆ ବୋଲି କୁହାଯାଉଛି ପ୍ରକୃତରେ ଏହା ନୂଆ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ 1998 ରେ ମାଲେସିଆରେ ଏହି ରୋଗ ଦେଖା ଦେଇଥିଲା । ସେତେବେଲେ ଘୁଷୁରୀ ଜରିଆରେ ଏହା ସଂକ୍ରମଣ ହୋଇଥିଲା । ବାଦୁଡ଼ି ଖାଇଥିବା ଫଳରୁ ଏହା ମୁଖ୍ୟତଃ ସଂକ୍ରମଣ ହୁଏ । ଅର୍ଥାତ ବାଦୁଡ଼ି ପାଟିର ଲାଳରେ ଏହି ଜୀବାଣୁ ଥାନ୍ତି । ମଣିଷ ସହ ଚଳ ପ୍ରଚଳ ହେଉଥିବା କୁକୁର, ବିଲେଇଙ୍କୁ ମଧ୍ୟ ଏହି ରୋଗ ହୋଇପାରେ । ଏହାର ସଂକ୍ରମଣ ରୋକିବାକୁ ଏ ପର୍ଯ୍ୟନ୍ତ କୌଣସି ଫଳପ୍ରଦ ଭ୍ୟାକସିନ ବାହାରି ନାହିଁ । କେବଳ ରୋଗୀର ସ୍ୱାସ୍ଥ୍ୟ ଉପରେ ନଜର ରଖି ତାର ବିଭିନ୍ନ ଲକ୍ଷଣ ଦେଖି ଚିକିତ୍ସା କରାଯାଇପାରିବ ।

ନିପା ଭାଇର ସଂକ୍ରମଣର ଲକ୍ଷଣ
ମସ୍ତିଷ୍କ ପ୍ରଦାହ ଏହାର ଏକ ବଡ ଲକ୍ଷଣ । ସଂକ୍ରମଣର 5 ରେ 14 ଦିନ ଭିତରେ ଜ୍ୱର ହୁଏ । ଏହି ଜ୍ୱର 14 ପର୍ଯ୍ୟନ୍ତ ହୋଇଥାଏ । ମୁଣ୍ଡବିନ୍ଧା ହୁଏ ଓ ରୋଗୀ ବାଉଳି ଚାଉଳି ହୋଇଥାଏ । ଏପରିକି ରୋଗୀ କୋମା ଅବସ୍ଥାକୁ ଯାଇପାରେ । କିଛି ରୋଗୀଙ୍କର ଶ୍ୱାସନଳୀରେ ସମସ୍ୟା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହୋଇପାରେ । ରୋଗୀର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ହେଲେ ମୃତ୍ୟୁ ହୋଇପାରେ । ଜ୍ୱର ଅଧିକ ଦିନ ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like