ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା। ବିରୋଧୀଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ।

ତଥ୍ୟ ଅନୁସାରେ ୨୦୧୪ରେ ୯୧ଟି ଗଣଦୁଷ୍କର୍ମ ମାମଲାରେ ୧୭୩ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ସେହିଭଳି ୨୦୧୫ରେ ୧୦୯ଟି ଗଣଦୁଷ୍କର୍ମ ଘଟଣାରେ ୨୦୧ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୨୦୧୬ରେ ୯୩ଟି ଗଣଦୁଷ୍କର୍ମ ମାମଲାରେ ୧୭୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ୨୦୧୭ରେ ୯୨ଟି ଗଣଦୁଷ୍କର୍ମ ମାମଲାରେ ୧୯୯ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସେହିଭଳି ୨୦୧୪ରେ ୧ ହଜାର ୫୦ଟି ନାବାଳିକା ଦୁଷ୍କର୍ମ ମାମଲାରେ ୧ ହଜାର ୩୬ଜଣ ଗିରଫ ହୋଇଛନ୍ତି। ୨୦୧୫ରେ ୧,୨୧୨ଟି ନାବାଳିକା ଦୁଷ୍କର୍ମ ମାମଲାରେ ୧୧୨୨ ଜଣ ୨୦୧୬ରେ ୧୨୦୪ଟି ନାବାଳିକା ଦୁଷ୍କର୍ମ ମାମଲାରେ ୧୧୫୬ଜଣ ଗିରଫ ହୋଇଥିବାବେଳେ ୨୦୧୭ରେ ୧୨୮୩ଟି ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ୧୧୪୮ଜଣ ଅଭିଯୁକ୍ତ।

You might also like