ଏହି କାରଣ ପାଇଁ ରାଣୀ ମୁଖାର୍ଜୀ ନିଜ ସ୍ୱାମୀଙ୍କୁ ନିତି ଗାଳି କରନ୍ତି !

ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବେ ନିଜର ଆଗାମୀ ଫିଲ୍ମ ‘ହିଚକୀ’ର ପ୍ରମୋସନରେ ବ୍ୟସ୍ତ । ନିକଟରେ ସେ ଅଭିନେତ୍ରୀ ନେହା ଧୂପିଆଙ୍କ ଟକ୍ ଶୋରେ ପହଁଚିଥିଲେ ।  ଏହି ଶୋରେ  ସେ ପ୍ରସିଦ୍ଧ  ଫ୍ୟାଶନ୍ ଡ଼ିଜାଇନର  ସବ୍ୟସାଚୀଙ୍କ ସହ ଯାଇଥିଲେ । ଏହି ଅବସରରେ ନିଜର ଫିଲ୍ମ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ କିଛି କହିଥିଲେ।

ରାଣୀ ମୁଖାର୍ଜୀ ଏଠାରେ ନିଜ ପତି ତଥା ଫିଲ୍ମ ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ସହ ନିଜର ପ୍ରଥମ ସାକ୍ଷାତ୍ ବିଷୟରେ କହିଥିଲେ । ଏବଂ ଖାଲି ଏତିକି ନୁହେଁ ରାଣୀ ସେହି କଥାର ବି ଖୁଲାସା କରିଥିଲେ , ଯାହା ରାଣୀଙ୍କୁ ଆଦିତ୍ୟ ପ୍ରଥମ ସାକ୍ଷାତ୍ ବେଳେ କହିଥିଲେ ।  କଥା ଏୟା ଯେ , ନେହା ରାଣୀଙ୍କୁ ପଚାରି ଥିଲେ କି ତୁମେ କେବେ ବିରକ୍ତି ହୁଅ , ଗାଳି ଦିଅ ? ରାଣୀ ମଜାକ୍‌ରେ କହିଥିଲେ , ମୁଁ ପ୍ରତିଦିନ ନିଜ  ସ୍ୱାମୀଙ୍କୁ ବିରକ୍ତି ହୁଏ , ଆଉ ଗାଳି କରେ । କିନ୍ତୁ ବହୁତ କେୟାରିଂ କରିଥାଏ । ମୋ ଗାଳି ଦେବାର ଅର୍ଥ , ମୁଁ ତାଙ୍କୁ ବହୁତ ଭଲ ପାଇଥାଏ ।  ଆଦିତ୍ୟ କେବେ କ୍ୟାମେରା ଆଗକୁ ଆସିବାକୁ ଚାହିଁନଥାନ୍ତି  ବୋଲି କହିଛନ୍ତି ରାଣୀ ।  

 

You might also like