ବନବିଭାଗ ଅଧିକାରୀ ଗଂଜେଇ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ

ବୌଦ୍ଧ : ଗଂଜେଇ ମାଫିଆମାନଙ୍କ ପାଇଁ ବୌଦ୍ଧ ଜିଲ୍ଲା ପାଲଟିଛି ଭୂସ୍ୱର୍ଗ। ଏଠାରେ ଖୋଲାଖୋଲି ଗଂଜେଇ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଗଂଜେଇ କାରବାର ଉପରେ ରୋକ ଲଗାଇବାକୁ ଯାହାଙ୍କୁ ନିୟୋଜିତ କରାଯାଇଛି, ସେମାନେ ହିଁ ମାଫିଆଙ୍କ ପାଇଁ ସାଜିଛନ୍ତି ସୁରକ୍ଷାର ଢାଲ। ଖୋଦ୍‌ ବନବିଭାଗ ଅଧିକାରୀଙ୍କ ତଦାରଖରେ ଚାଲିଛି ଗଂଜେଇ କାରବାର।

କଣ୍ଟାମାଳ ରେଞ୍ଜ ଅଧିକାରୀ ରବିନାରାୟଣ ସାହୁ କିଭଳି ଭାବେ ଗଂଜେଇ ମାଫିଆଙ୍କ ସହିତ ଡିଲ କରି ଗଂଜେଇ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି,  କାରବାର ପାଇଁ ବନବିଭାଗ ଅଧିକାରୀ ମାଫିଆଙ୍କୁ ଟଙ୍କା ମାଗୁଥିବା ଦୃଶ୍ୟ ଭିଡିଓରେ ଭାଇରାଲ ହୋଇଛି।  ଘଂଚ ଜଙ୍ଗଲରେ ମାଫିଆଙ୍କ ସହ ଡିଲ୍ କରୁଛନ୍ତି ରେଞ୍ଜର।  କାରବାର ପାଇଁ ପ୍ରଥମେ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ ବନବିଭାଗର ଏହି କର୍ମଚାରୀ। ଏମିତିକି ଟଙ୍କା ନଦେଲେ ଗିରଫ କରିବାକୁ ମଝିରେ ମଝିରେ ଧମକ ଦେଉଛନ୍ତି।

You might also like