ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ଣିଂ ସେଣ୍ଟର ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ମାର୍ଚ୍ଚ ୧୭ କିମ୍ବା ୧୮ରେ ଓଡ଼ିଶା ଆସିପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କଟକରେ ଅବସ୍ଥିତ ବିଜୁବାବୁଙ୍କ ପୈତୃକ ଘର ‘ଆନନ୍ଦ ଭବନ’କୁ ତାଙ୍କରି ସ୍ମୃତିରେ ଏକ ସଂଗ୍ରହାଳୟ ତଥା ଲର୍ଣ୍ଣିଂ ସେଣ୍ଟରରେ ପରିଣତ କରାଯାଇଛି। ଓଡ଼ିଶା ଆସୁଥିବା ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କୁ ଏହି ‘ହେରିଟେଜ ବିଲଡିଂ’ ବା ଐତିହ୍ୟ ବାସଭବନ ପରିଭ୍ରମଣ କରିବାର ସୁଯୋଗ ମିଳିବ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୃହଟି ଅନେକ ଦେଶଭକ୍ତି କାର୍ଯ୍ୟକଳାପର ମୂକ ସାକ୍ଷୀ। ରାଷ୍ଟ୍ରପତି ଏହାର ଉଦ୍‌ଘାଟନ କରିବେ।

You might also like