ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ବଜାରରେ ଭିଡ଼

ଭୁବନେଶ୍ୱର: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ ରାକ୍ଷୀ ବଜାର ସରଗରମ। ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍‌ର ରାକ୍ଷୀ।

ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ସମ୍ପର୍କର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି।

କଟକ ସହରର ନିମସାହି, ବକ୍ସିବଜାର, ରାଣୀହାଟ, ଚୌଧୁରୀ ବଜାର ଭଳି ବିଭିନ୍ନ ସ୍ଥାନରେ ଖୋଲିଛି ରାକ୍ଷୀ ଦୋକାନ। ବିଭିନ୍ନ ଡିଜାଇନ୍‌ର ରାକ୍ଷୀ କିଣିବାକୁ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗୁଛି।

ସେପଟେ ଗ୍ରାହକଙ୍କ ଚାହିଦା ଦେଖି ସେମାନଙ୍କ ମନ ଜାଣି ବ୍ୟବସାୟୀ ଜିନିଷ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିଛି ଷ୍ଟୋନ୍‌ ରାକ୍ଷୀ। ଯାହାର ଦାମ୍ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

You might also like