ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।  ୧୬ଟି ରାଜ୍ୟର ଖାଲି ପଡୁଥିବା ୫୮ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ।

ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି  ପ୍ରକାଶ ପାଇବ ସହ ନାମାଙ୍କନ ଦାଖଲର ଶେଷ ତାରିଖ ୧୨। ସେହିପରି ୧୩ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ ଓ ୧୫ ତାରିଖ ନାମାଙ୍କନ ପ୍ରତ୍ୟାହାର ହେବ।

ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୩ ତାରିଖରେ ଶେଷ ହେଉଛି।  ଦିଲ୍ଲୀପ ତିର୍କୀ ଓ ଏ.ଭି. ସ୍ବାମୀ ଏପ୍ରିଲ୍ ୪, ୨୦୧୨ରେ ରାଜ୍ୟ ସଭାକୁ ଯାଇଥିଲେ।

You might also like