ରଜୋ ନୁହେଁ ରଜ

ଭୁବନେଶ୍ୱର: ରଜ, ଓଡ଼ିଶାର ଏକ ଗଣପର୍ବ।  ରଜରେ ଭଲ ବ୍ୟବସାୟ ପାଇଁ ବ୍ୟବସାୟୀ ମାନେ ରାସ୍ତାଘାଟରେ ହୋର୍ଡିଂ ଜରିଆରେ ଏବଂ ଖବରକାଗଜରେ ବିଜ୍ଞାପନ ଦେଉଛନ୍ତି।  ହେଲେ ଏହି ବିଜ୍ଞାପନ ଗୁଡିକରେ ରଜ ବଦଳରେ ଲେଖାହୋଇଛି ରଜୋ।  ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି।

ରଜୋ ନୁହେଁ ରଜ  ସୋସିଆଲ ମିଡିଆରେ ଏବେ ଛାଇ ଯାଇଛି ଏହି ସ୍ଲୋଗାନ।  ଏହି ସ୍ଲୋଗାନ ହେଉଛି ପ୍ରତିବାଦର ସ୍ୱର।  ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ  ବିକୃତ ତଥା ଅପଭ୍ରଶଂ କରିବା ବିରୁଦ୍ଧରେ ଆଗେଇ ଆସିଛନ୍ତି ସାରା ଓଡିଶା।

ପିଲାଠାରୁ ବଡ, ଯୁବକ, ଯୁବତୀ, ମହିଳା ଓ ପୁରୁଷ ସମସ୍ତଙ୍କ ହାତରେ ଗୋଟିଏ ପୋଷ୍ଟର ରଜୋ ନୁହେଁ ରଜ। ଓଡ଼ିଆ ଭାଷା ସହ ସଂସ୍କୃତି ଓ ପରମ୍ପରାକୁ  ବିକୃତ ତଥା ଅପଭ୍ରଶଂ କରିବା ଅପଚେଷ୍ଟା ବିରୁଦ୍ଧରେ ପ୍ରତିବାଦ ଆରମ୍ଭ କରିଥିଲେ ସମାଜସେବୀ ରୁଦ୍ରପ୍ରସନ୍ନ ରଥ।  ମେ ୧୦ ତାରିଖରେ ସୋସିଆଲ ମିଡିଆରେ  ସେ ସ୍ୱର ଉଠାଇଥିଲେ।  ତାଙ୍କୁ ଏବେ ପ୍ରବଳ ଜନ ସମର୍ଥନ ମିଳିବାରେ ଲାଗିଛି।

ବିଜ୍ଞାପନଦାତା ବ୍ୟାବସାୟକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା, ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।

ରଜୋ ନ ଲେଖି ରଜ ଲେଖିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରିବା ସହ ବିଜ୍ଞାପନ ଦାତା ଏବଂ ବ୍ୟବସାୟୀ ମାନଙ୍କୁ ଇ-ମେଲ ଜରିଆରେ ବ୍ୟକ୍ତିଗତ ଭାବେ ରୁଦ୍ରପ୍ରସନ୍ନ ପ୍ରତିବାଦ ବଜାୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like