ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର : ଝାରପଡ଼ା ଜେଲ୍‌ରୁ ବାହାରିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍‌ରେ ଥିଲେ ରାଜା। ଗତ ୨୦ତାରିଖରେ ଜ୍ୟୋତି ମୋଟର୍ସ କର୍ମଚାରୀ ଅପହରଣ ମାମଲାରେ ରାଜାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ୫୦ହଜାର ଟଙ୍କା ଏବଂ ଦୁଇଟି ଜାମିନଦାର ବଳରେ ତାଙ୍କୁ ଏହି ଜାମିନ ମିଳିଥିଲା।

ଏହାସହ ପ୍ରତି ସପ୍ତାହରେ ଲିଙ୍ଗରାଜ ମନ୍ଦିର ଥାନାରେ ରାଜା ଆଚାର୍ଯ୍ୟଙ୍କ ହାଜିରା ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଅନ୍ୟ କୌଣସି ଅପରାଧିକ ମାମଲାରେ ଯେପରି ଆଉ ସଂପୃକ୍ତ ନହୁଅନ୍ତି, ସେନେଇ ଜାମିନରେ ସର୍ତ୍ତ ରଖିଛନ୍ତି କୋର୍ଟ। ଏହାପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରୁ ବିରଞ୍ଚି ହତ୍ୟା ମାମଲାରେ ଜାମିନ ପାଇଥିଲେ ରାଜା।

ଦେଖନ୍ତୁ ଏହି ଭିଡ଼ିଓ –

You might also like