ରେଳବାଇ ସୁରକ୍ଷା ବୈଠକ ଶେଷ, ଷ୍ଟେସନ ସହ ଟ୍ରେନ୍ରେ ଲାଗିବ ସିସିଟିଭି
ଭୁବନେଶ୍ୱର: ରାଜ୍ୟରେ ରେଳବାଇ ସୁରକ୍ଷା ନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ବସିଥିବା ବୈଠକ ଶେଷ ହୋଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଆର.ପି. ଶର୍ମା। ଏହି ବୈଠକରେ ଟ୍ରେନ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି।
ବୈଠକରେ ଯାତ୍ରୀଙ୍କ ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଣିକି ସବୁ ଷ୍ଟେସନ ସହ ସମସ୍ତ ଟ୍ରେନ୍ରେ ସିସିଟିଭି ଲାଗିବ। ଓ ମାଓପ୍ରବଣ ଅଞ୍ଚଳ ଦେଇ ଯାଉଥିବା ଟ୍ରେନ୍ଗୁଡ଼ିକର ଗତିବିଧି ଉପରେ ନଜର ରଖାଯିବ ନେଇ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ହୋଇଥିବା ଏହି ବୈଠକରେ ରେଳବାଇ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ, ଗୁଇନ୍ଦା ବିଭାଗ ଆଇଜି ରାଧାକୃଷ୍ଣ ଶର୍ମାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।