ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ୱର: ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା ଗ୍ୟାଙ୍ଗକୁ  ରେଲୱେ ପୋଲିସ ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଗିରଫ କରିଛି। ଏହି ଲୁଟରା ଗ୍ୟାଙ୍ଗକୁ ଗିରଫ କରିବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି।

ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତାକଡ଼ରେ ରହୁଥିବା ଏହି ଲୁଟେରାମାନେ ଚୋରି କରିଥିବା ମୋବାଇଲ ଗୁଡ଼ିକୁ ମାଟି ତଳେ ପଲିଥିନ୍‌ ଗୁଡ଼ାଇ ପୋତି ରଖୁଥିଲେ।

ଗିରଫ ହୋଇଥିବା ଏହି ଲୁଟେରା ହେଲେ ପଶ୍ଚିମବଙ୍ଗ ପୁରୁଲିଆର ଦେବରାଜ ସିଂ ସମେତ ୨ ମହିଳା।

ସେମାନଙ୍କ ନିକଟରୁ ୩୩ଟି ମୋବାଇଲ୍ ଓ ୧୪ ହଜାର ଟଙ୍କା ଜବତ ହୋଇଛି। ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ଜଣେ ମହିଳାଙ୍କ ଠାରୁ ପର୍ସ ଓ ମୋବାଇଲ୍‌ ଛଡ଼ାଇ ନେବା ବେଳେ ଆରପିଏଫ୍ ଓ ଏସଟିଏଫ୍ ଟିମ୍ ମିଳିତ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଥିଲା।

You might also like