ସବୁ ରେଲେଓ୍ୱ ଜୋନକୁ ରେଳ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି

ରାଉରକେଲା : ଝାରସୁଗୁଡ଼ାରେ ଏଲିପି-ଧାନବାଦ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ଜବତ ପରେ ଦେଶର ସମସ୍ତ ରେଳବାଇ ଜୋନକୁ ଆଲର୍ଟ ଜାରି କରିଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳବାଇ ଜୋନର ଜେନେରାଲ ମ୍ୟାନେଜର ଓ ରେଲେଓ୍ୱ ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟ୍ କମିଶନରଙ୍କ ନିକଟକୁ ସତର୍କତା ଜାରି କରାଯାଇଛି।

ରେଳଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି ହୋଇଛି। ପୋଲିସ ଓ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗ ରଖି ଏଭଳି ଅଘଟଣ ଏଡାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଦିନ ତଳେ ଏଲିପି-ଧାନବାଦ ଏକ୍ସପ୍ରେସର S-3 ବଗିରେ ଥିବା ଏକ ପ୍ଲାଷ୍ଟିକ ବ୍ୟାଗରୁ ଧୁଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଜିଆର୍‌ପି ପହଞ୍ଚି ୬ ବିସ୍ଫୋରକ ଜବତ କରିଥିଲା।

ଏହି ବିସ୍ଫୋରକଗୁଡ଼ିକ IED ବୋଲି ଜଣାପଡ଼ିଥିଲା। ଏ ସମ୍ପର୍କରେ ଏ ମାମଲା ଦାଏର ହୋଇଥିବା ବେଳେ ରେଳବାଇ ଓ ଆରପିଏଫ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଆଇଇଡି କିଏ ଓ କାହିଁକି ଆଣିଥିଲେ ସେ ନେଇ ତଦନ୍ତ କରାଯାଉଛି।

You might also like