ରେଲୱେ ଗ୍ରୁପ-ଡ଼ି ଆବଶ୍ୟକୀୟ ଯୋଗ୍ୟତାରେ ପରିବର୍ତ୍ତନ: ପୁଣି ଧାରଣାକୁ ଓହ୍ଲାଇବେ ଛାତ୍ରଛାତ୍ରୀ!

ଭୁବନେଶ୍ୱର: ପୁଣି ଥରେ ଧାରଣାକୁ ଓହ୍ଲାଇବେ ରେଲୱେ ଆଶାୟୀ ପ୍ରାର୍ଥୀ। ରେଲୱେ ଗ୍ରୁପ-ଡ଼ି ପଦବୀ ପାଇଁ ଆବଶ୍ୟକୀୟ ଯୋଗ୍ୟତାରେ କିଛି ପରିବର୍ତ୍ତନ ନେଇ ଆସନ୍ତା ସପ୍ତାହରେ ପୁନର୍ବାର ଛାତ୍ରଛାତ୍ରୀମାନେ ଧାରଣା କରିପାରନ୍ତି ବୋଲି ସୂଚନା ମିଳିଛି।

ବୟସ ସୀମାରେ ପରିବର୍ତ୍ତନ ନେଇ ଛାତ୍ରଛାତ୍ରୀମାନେ ଗତ ଫେବୁଆରୀ ୧୭ ରେ ରାଜଧାନୀ ସ୍ଥିତ ରେଲ ସଦନ ସମ୍ମୁଖରେ ଧାରଣାରେ ବସିଥିଲେ। ମାତ୍ର ପରେ ସେମାନଙ୍କ ଦାବି ପୂରଣ ନେଇ ରେଲୱେ ଅଧିକାରୀଙ୍କ ଆଶ୍ୱାସନ ପରେ ଧାରଣାରୁ ଓହରିଥିଲେ। “ଯଦି ୭ ଦିନ ମଧ୍ୟରେ ଏହି ଦାବି ପୂରଣ କରିବାରେ ସରକାର ଅସମର୍ଥ ହୁଅନ୍ତି ତେବେ ପୁଣି ଥରେ ଧାରଣାକୁ ଓହ୍ଲାଇବୁ ବୋଲି” ଜଣେ ପ୍ରାର୍ଥୀ କହିଛନ୍ତି।

ଉଲ୍ଲେଖଥାଉ କି, ରେଲୱେ ନିଯୁକ୍ତି ସଂସ୍ଥା (ଆରଆରବି) ଗତ କିଛି ଦିନ ତଳେ ଗ୍ରୁପ-ଡ଼ି ବିଭାଗ ପାଇଁ ଖାଲି ପଡ଼ିଥିବା ୬୨,୯୦୭ ବିଭିନ୍ନ ପଦବୀ ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲା। ମାତ୍ର ଏହି ପଦବୀ ପାଇଁ ଆବେଦନର ବୟସ ସୀମା ତଥା ଶିକ୍ଷାଗତ ପ୍ରମାଣପତ୍ରରେ କିଛି ପରିବର୍ତ୍ତନ ନେଇ ଛାତ୍ରଛାତ୍ରୀମାନେ ଅସେନ୍ତୋଷ ବ୍ୟକ୍ତ କରିଛନ୍ତି।

You might also like