କର୍ଣ୍ଣାଟକରେ ନିର୍ବାଚନୀ ଇସ୍ତାହାର ଜାରି କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର କୃଷକ ଏବଂ ଯୁବ ପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଅଧିକ ଗୁରୁତ୍ୱ ଦେଇଛି ଦଳ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏହାକୁ ଉନ୍ମୋଚନ କରିଛନ୍ତି।

ରାଜ୍ୟରେ କୃଷକଙ୍କ ଆୟ ଦୁଇ ଗୁଣା କରିବା, ଚାଷୀଙ୍କ ପାଇଁ ଇନ୍‌କମ୍ କମିଶନ୍ ଗଠନ ଏବଂ କୃଷି କରିଡର୍ ନିର୍ମାଣ କରିବା ପାଇଁ ଦଳ ପ୍ରତିଶୃତି ଦେଇଛି। ବେକାରୀ ସମସ୍ୟାକୁ ମଧ୍ୟ ଘୋଷଣା ପତ୍ରରେ ଉଲ୍ଲେଖ କରିଛି କଂଗ୍ରେସ। ପୁଣି ଥରେ ଶାସନକୁ ଫେରିଲେ ପାଞ୍ଚ ବର୍ଷ ମଧ୍ୟରେ ଏକ କୋଟି ନିଯୁକ୍ତି ଦେବାକୁ ପ୍ରତିଶୃତି ରଖିଛି କଂଗ୍ରେସ। ନିର୍ବାଚନୀ ଇସ୍ତାହାରକୁ ରାଜ୍ୟବାସୀଙ୍କ ମନ୍ କି ବାତ୍ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ।

ଏହି ଅବସରରେ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାହୁଲ। ବିଜେପି କିନ୍ତୁ କଂଗ୍ରେସ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି। ରାଜ୍ୟରେ କଂଗ୍ରେସର ଘୋଷଣାପତ୍ର, ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ରାଜ୍ୟ ବିଜେପି ଅଭିଯୋଗ କରି କମିଶନଙ୍କ ଦ୍ୱାରସ୍ଥ ହୋଇଛି।

 

ଆହୁରି ପଢ଼ନ୍ତୁ

ଏକ କୋଟିରୁ ଅଧିକ ଗ୍ରାହକ ଆଦୌ ଦେଇ ନାହାନ୍ତି ବିଜୁଳି ବିଲ୍

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

You might also like