ମୋଦି-ରାହୁଲ କୋଳାକୋଳି

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବକ୍ତବ୍ୟ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ କୁଣ୍ଢାଇ ଆଲିଙ୍ଗନ କରିଥିଲେ।

ରାହୁଲ ମୋଦିଙ୍କୁ ମନଭରି ସମାଲୋଚନା କରି ସାରିବା ପରେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ‘ଆପଣ ମୋତେ ପପୁ କହିପାରନ୍ତି, ଗାଳି ଦେଇପାରନ୍ତି, ଆପଣଙ୍କ ପାଇଁ ମୋ ମନରେ ଟିକେ ବି ରାଗ ନାହିଁ’ ବୋଲି ରାହୁଲ କହିଥିଲେ।

‘ଏ ଦେଶକୁ କଂଗ୍ରେସ ଗଢ଼ିଛି, ଆପଣ ଭୁଲିଯିବା ଉଚିତ ନୁହେଁ, ଆପଣ ସମସ୍ତଙ୍କୁ ମୁଁ କଂଗ୍ରେସ କରାଇବି’ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ କୋଳେଇ ଧରିଥିଲେ ରାହୁଲ ଗାନ୍ଧି।

You might also like