ଆରଏସଏସ ମାନହାନୀ ମାମଲା: ରାହୁଲ ଗାନ୍ଧୀ କହିଲେ ଭୁଲ କରି ନାହିଁ

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ମହାରାଷ୍ଟ୍ରର ଭିୱଣ୍ଡି କୋର୍ଟରେ ହାଜର ହୋଇଛନ୍ତି । ୨୦୧୪ରେ ଏକ ନିର୍ବାଚନୀ ସଭାରେ ରାହୁଲ ଆରଏସଏସକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ବୋଲି କହିଥିଲେ ।

କୋର୍ଟରେ ହାଜିରା ବେଳେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ଭୁଲ୍ କରିଛନ୍ତି ବୋଲି ଅନୁଭବ କରୁଛନ୍ତି କି ? ରାହୁଲ କହିଥିଲେ ନାଁ ଓ ସେ ନିର୍ଦ୍ଦୋଷ । ରାହୁଲ ଭୁଲ୍ କରିନାହାନ୍ତି ବୋଲି କହିବାରୁ କୋର୍ଟ ତାଙ୍କ ବିରୋଧରେ ଆଇପିସି  ଧାରା ୪୯୯ ଓ ୫୦୦ ରେ ମାମଲା ନିଶ୍ଚିତ କରିଥିଲେ। ଏହି ସମୟରେ ରାହୁଲଙ୍କ ସହିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ ଏବଂ ଅଶୋକ ଗେହେଲଟ ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୪ ମସିହାରେ ସଂଘ କର୍ମକର୍ତ୍ତା ରାଜେଶ କୁଂଟେ ରାହୁଲଙ୍କ ଭାଷଣ ଶୁଣିବା ପରେ ତାଙ୍କ ବିରୋଧରେ କୋର୍ଟ ଯାଇଥଲେ ।

ଆରଏସଏସ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲଙ୍କ ନାମରେ ଅପରାଧିକ ମାନହାନି ମକଦ୍ଦମା ଦାୟର ହୋଇଥିଲା । ଏଥିପାଇଁ ଆଜି ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର ପାଇଁ କୁହାଯାଇଥିଲା ।  ଏହି ମାମଲାକୁ ଖାରଜ କରିବା ପାଇଁ ରାହୁଲ ପୂର୍ବରୁ ୨୦୧୬ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମ କୋର୍ଟ କହିଥିଲେ ତାଙ୍କୁ ଏଭଳି କୌଣସି ସଂସ୍ଥାକୁ ବଦନାମ କରିବାର ନଥିଲା । ଯଦି ସେ ଏଥିପାଇଁ କ୍ଷମା ନମାଗନ୍ତି ତା ହେଲେ ତାଙ୍କୁ କୋର୍ଟ ଟ୍ରାଏଲର ସାମ୍ନା କରିବାକୁ ପଡିବ। ମାତ୍ର ରାହୁଲ କ୍ଷମା ମାଗି ଆଇନଗତ ଲଢ଼େଇ କରୁଛନ୍ତି ।

You might also like
Comments
Loading...