ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଘୁନାଥ ଓ ସୋନାଲ

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲ ମାନସିଂ ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ପଥରରେ ବିଭିନ୍ନ କାରୁକାର୍ଯ୍ୟ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି। ନୃତ୍ୟଶିଳ୍ପୀ ସୋନାଲ ମାନସିଂହ ଓଡିଶୀ ଓ ଭାରତନାଟ୍ୟମ୍‌ରେ ବେଶ ନିପୁଣା। ଏଥିସହ ମଣିପୁରୀ ଓ କୁଚିପୁଡ଼ି ନୃତ୍ୟରେ ମଧ୍ୟ ତାଙ୍କର ଦକ୍ଷତା ରହିଛି।

ରାଷ୍ଟ୍ରପତି ଉଭୟଙ୍କୁ ରଥଯାତ୍ରା ଦିନ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ।

You might also like