କ୍ୟାମ୍ପସ୍ରୁ ରାଗିଂ ଅାତଙ୍କ ଏବେ ବି ହଟିନି
ଭୁବନେଶ୍ୱର: ରାଜ୍ୟରେ ବଢୁଛି ରାଗିଂ ବିଭିନ୍ନ କଲେଜ। ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂର୍ବ ଦୁଇ ବର୍ଷ ତୁଳନାରେ ୨୦୧୭ରେ ସ୍ଥିତି ସାଂଘାତିକ ରହିଛି। ଗତ ମାସ ୨୩ ତାରିଖରେ ଲୋକସଭାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ରେ ସାରା ଦେଶରେ ଓଡିଶା ରାଗିଂରେ ଷଷ୍ଠ ସ୍ଥାନରେ ରହିଛି। ୨୦୧୫ ରେ ରାଜ୍ୟରେ ୩୦ଟି ରାଗିଂ କେସ୍ ଅାସିଥିବାବେଳେ ୨୦୧୬ରେ ୨୮ଟି ଓ ୨୦୧୭ରେ ୪୬ଟି ରାଗିଂ କେସ୍ ଅାସିଛି। ବିଶେଷକରି ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ଗୁଡିକରେ ରାଗିଂ ଅଧିକ ହେଉଥିବା ନଜର ଅାସୁଛି। ତେବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ରାଜ୍ୟରେ ରାଗିଂ ହୋଇଥିବା ନଜରକୁ ଅାସିନି।
ଗତ ତିନି ବର୍ଷ ଭିତରେ ସାରାଦେଶରେ ୧୮ ଶହ ୩୯ଟି ରାଗିଂ କେସ୍ ୟୁନିଭରସିଟି ଗ୍ରାଣ୍ଟ କମିଶନ- UGCଙ୍କ ନିକଟକୁ ଅାସିଛି। ଯେଉଁଥିରୁ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧୨ଟି ମାମଲାରେ ଦଣ୍ଡବିଧାନ କରାଯାଇଥିବା ବେଳେ ୩୦୯ ଜଣଙ୍କୁ ନିଲମ୍ବନ କରାଯାଇଛି। ସେପଟେ ଏହି ତଥ୍ୟ ଅାସିବା ପରେ ଶିକ୍ଷାବର୍ଷ ଅାରମ୍ଭରୁ ରାଗିଂକୁ ନେଇ ସତର୍କତା ଅବଲମ୍ବନ କଲେଣି। ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ର ବିଭିନ୍ନ ବିଭାଗ ଓ ହଷ୍ଟେଲ ଗୁଡିକରେ ନୋ ରାଗିଂ ପୋଷ୍ଟର ମରାଯାଇଛି। ଯେଉଁଥିରେ ଏମ୍ଏଚ୍ଅାରଡି ଓ ୟୁଜିସିର ଦଣ୍ଡ ବିଧି ଉଲ୍ଲେଖ ରହିଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ରାଜ୍ୟରେ ବଢୁଥିବା ରାଗିଂକୁ ସ୍ୱୀକାର କରୁନଥିବାବେଳେ ବିଶ୍ୱବିଦ୍ୟାଳୟଗୁଡିକରେ ପୁଣି ଥରେ ଅାଣ୍ଟି ରାଗିଂ ପୋଷ୍ଟର ଲଗାଯିବା ଜାହିର କରୁଛି ଯେ, କ୍ୟାମ୍ପସ୍ରୁ ରାଗିଂ ଅାତଙ୍କ ଏବେ ବି ପୂରା ହଟିନି।
(ଭୁବନେଶ୍ୱରରୁ ହରିହର ଚାନ୍ଦ ଓ ଜଗଦୀଶ ଦାସଙ୍କ ରିପୋର୍ଟ)