ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି

କୋରାପୁଟ : ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ। ଏଭଳି ଅଭିଯୋଗ ଆସିଛି କୋରାପୁଟ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ। ସୂଚନା ଅନୁସାରେ ଗତକାଲି ରାତିରେ ଅଷ୍ଟମ ଶ୍ରେଣୀର ୪ଜଣ ଛାତ୍ର ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଶ୍ରେଣୀ ଗୃହକୁ ଉଠାଇନେଇଥିଲେ। ପରେ ଛାତ୍ରଙ୍କୁ କମ୍ବଳରେ ଘୋଡାଇ ଲୁହା ଛଡରେ ମାଡ ମାରିଥିଲେ।

ଏନେଇ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ କହିବା ପରେ ତାଙ୍କ ହାତ ଏବଂ ମୁହଁରେ ଆଘାତ ଲାଗିଥିବା ଜଣାପଡିଥିଲା। ଘଟଣା ନେଇ ପରିବାର ଲୋକଙ୍କ ପକ୍ଷରୁ କୋରାପୁଟ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।

ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୀଡିତ ଛାତ୍ରଙ୍କୁ ଚିକିତ୍ସା ପାଇଁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଦେଖନ୍ତୁ ଏହି ଭିଡ଼ିଓ-

You might also like