• translate
Odishatv Bureau

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର କର୍ତ୍ତବ୍ୟ ଆଗରେ ବ୍ୟକ୍ତିଗତ କାମକୁ ବି ପଛ କରିଦେଇଥାଆନ୍ତି। ସେଇଥି ପାଇଁ ସେମାନେ ପ୍ରଶଂସା ପାଇବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ଆମେରିକା ସେଣ୍ଟଲୁଇସ୍‌ସ୍ଥିତ ‘ଦ ଆର୍କ’ ରେଡ଼ିଓ ଷ୍ଟେସନର ସଂଚାଳିକା ଲାଇଭ୍ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଗଭୀର ପ୍ରସବ ଯନ୍ତ୍ରଣା ସତ୍ତ୍ୱେ, ସେ ନିଜର ରେଡ଼ିଓ କାର୍ଯ୍ୟକ୍ରମକୁ ଚାଲୁ ରଖିଥିଲେ। ଆଉ ଏହି ଖବର ସୋସିଆଲ୍‌ ମିଡ଼ିଆରେ ଏବେ ଖୁବ୍‌ ଭାଇରାଲ୍‌ ହୋଇଛି।

radio rjମିଳିଥିବା ଖବର ଅନୁସାରେ, ଗତ ସୋମବାର ଦିନ ‘ଦ ଆର୍କ’ ରେଡ଼ିଓ ଷ୍ଟେସନରେ ଲାଇଭ୍‌ କାର୍ଯ୍ୟକ୍ରମ ଚାଲିଥିଲା। ସଂଚାଳିକା କୈସେଡେ ପ୍ରୋକ୍ଟର ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। କିଛି ସମୟ ଭିତରେ ସଂଚାଳିକା ଜଣକ ସନ୍ତାନକୁ ଜନ୍ମ ଦେଇଥିଲେ।

କୈସେଡେ ଏହି ରେଡ଼ିଓ ଷ୍ଟେସନରେ ବହୁ ବର୍ଷ ଧରି କାମ କରୁଛନ୍ତି। ଆଉ ତାଙ୍କର ଏହି ସୋ’କୁ ମଧ୍ୟ ଲୋକେ ବହୁତ ଭଲ ପାଆନ୍ତି। ସମୟ ହୋଇନଥିଲେ ମଧ୍ୟ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କୈସେଡେ କିନ୍ତୁ ସେଦିନର ସୋ’କୁ ବନ୍ଦ କରି ଲୋକଙ୍କୁ ନିରାଶ କରିବାକୁ ଚାହିଁନଥିଲେ। ଏଥିପାଇଁ ସୋ’ର ପ୍ରସ୍ତୁତି ଏକ ଡ଼ାକ୍ତରଖାନାରେ କରାଇଥିଲେ। ସେହି ଲାଇଭ୍‌ ସୋ’ବେଳେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ରେଡ଼ିଓର ଶ୍ରୋତାଙ୍କୁ ନିଜର ମା’ହେବାର ଅନୁଭୂତି ବାଣ୍ଟିଥିଲେ। ଏଭଳି ମୁହୂର୍ତ୍ତ ତାଙ୍କ ଜୀବନରେ ଏକ ନୂଆ ପ୍ରକାର ଖୁସି ଦେଇଛି ବୋଲି କୈସେଡେ କହିଛନ୍ତି।

 

 

Other Stories