ଟ୍ରେଲରରୁ ମିଳିଲା ଝଲକ, ବକ୍ସ ଅଫିସକୁ ଦୁଲୁକାଇବ ରେସ୍ ୩

ମୁମ୍ବାଇ: ରିଲିଜ୍‌ ହୋଇସାରିଛି ସଲମାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରେସ-୩ର ଟ୍ରେଲର। ଆଗୁଆ ଟ୍ରେଲର ରିଲିଜ୍‌ କରି ଦର୍ଶକଙ୍କୁ ଇଦ୍‌ ଭେଟି ଦେଇଛନ୍ତି ସୁପରଖାନ ସଲମାନ। ଦବଙ୍ଗ ଖାନଙ୍କ ଏହି ବିଗ୍‌ ବଜେଟ୍ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା କ୍ରେଜ୍‌ ଦେଖିବାକୁ ମିଳିଛି।

ପ୍ରଥମେ ସଲମାନ-ଜ୍ୟାକଲିନଙ୍କ ସିଜଲିଂ କେମେଷ୍ଟ୍ରିକୁ ନେଇ ଟିଜର୍ ଆଉ ଏବେ ଜବରଦସ୍ତ ଆକ୍ସନ ସହିତ ଧମାକେଦାର ଟ୍ରେଲର। ବକ୍ସ ଅଫିସରେ ଚହଳ ପକାଇବା ଭଳି ଏହି ଫିଲ୍ମକୁ ନେଇ ଫିଲ୍ମପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବେଶ ବଢ଼ି ଯାଇଛି। ଏହି ଫିଲ୍ମରେ ସଲମାନଙ୍କ ସହ ଅନୀଲ କପୁର, ବବି ଦିଓଲ, ଜ୍ୟାକଲିନ୍, ଡେଜି ଶାହ ଓ ସକିବ ସଲିମଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ଏହି ମଲ୍‌ଟିଷ୍ଟାରର ଫିଲ୍ମରେ ଆଜି ପର୍ଯ୍ୟନ୍ତ ସବୁଠୁ ଉଚ୍ଚକୋଟୀର ଆକ୍ସନ ଦେଖିବାକୁ ମିଳିବ। ତା’ ସହିତ ସଲମାନଙ୍କ ଡେୟାରଡେଭିଲ ଷ୍ଟଣ୍ଟ ମଧ୍ୟ ଦେଖିବାକୁ ମିଳିବ। ରେସ-୩ରେ ପୁଣି ଥରେ ରିପିଟ ହୋଇଛି ସଲାମନ ଓ ଜ୍ୟାକଲିନଙ୍କ ଯୋଡ଼ି। ଫିଲ୍ମରେ ରହିଛି ଭାଇଜାନଙ୍କ ଦମଦାର ଡାଏଲଗ।

ଏହି ଫଲ୍ମଟି ଜୁନ ୧୫ ତାରିଖରେ ପରଦା ଉପରକୁ ଆସିବ। ଟିପ୍ସ ଫିଲ୍ମ ପ୍ରଯୋଜନାରେ ଆସୁଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ରେମୋ ଡିସୁଜା।

ସୈଜନ୍ୟ ୟୁଟ୍ୟୁବ୍-

You might also like