ରେସ-3 ଡିମାଣ୍ଡ : ପ୍ରଥମ ସପ୍ତାହରେ ବ୍ୟବସାୟ ୧୦୦ କୋଟି ଛୁଇଁପାରେ

ମୁମ୍ବାଇ: ରିଲିଜ ହୋଇଛି ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ରେସ-3 । ରିଲିଜ୍ ହେଉ ହେଉ ରେସ-3 ର ଡିମାଣ୍ଡ ଏତେ ବଢ଼ିଯାଇଛି ଯେ ଫିଲ୍ମ ରେକର୍ଡ଼ ବ୍ୟବସାୟ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଫିଲ୍ମର ଆଡ଼ଭାନ୍ସ ଟିକଟ ବୁକ୍ଂକୁ ଦେଖି କୁହାଯାଉଛି ଏହି ସିନେମା ପ୍ରଥମ ସପ୍ତାହରେ ହିଁ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ ।race 3 2nd

ଏହି ପିଲ୍ମ ପାଇଁ ବୁକିଙ୍ଗ୍ ଗତ ରବିବାର ଠାରୁ ହିଁ ଆରମ୍ଭ ହୋଇଯାଇଛି। ନାଗପୁର, ରାୟପୁର, ବିଳାସପୁର, ଜବଲପୁର, ଓ କୋରବାରେ ଆଶାତୀତ ଆଡ଼ଭାନ୍ସ ବୁକିଙ୍ଗ ହୋଇଛି ବୋଲି ଜଣାପଡ଼ିଛି । ସେହିପରି ଛତିଶଗଡ଼, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର କିଛି ଜାଗାରେ ମଧ୍ୟ ଭଲ ବୁକିଙ୍ଗ ହୋଇଛି । ଜଣେ ଡିଷ୍ଟ୍ରିବୁଟର କହିଛନ୍ତି ରେସ-3 ଆଡଭାନ୍ସ ଟିକଟ ବୁକିଙ୍ଗରେ ଟାଇଗର ଜିନ୍ଦା ହେ ରେକର୍ଡ ଭାଙ୍ଗିଛି ।

ଟ୍ରେଣ୍ଡ ଆନାଲିସିଷ୍ଟଙ୍କ କହିବା ଅନୁସାରେ ସିନେମାଟି ପ୍ରଥମ ଦିନରେ ୩୦-୩୫ କୋଟି ଟଙ୍କା  ବ୍ୟବସାୟ କରିବ । ଏହା ସହିତ ପ୍ରଥମ ସପ୍ତାହରେ ହିଁ ୧୦୦ କୋଟି କମାଇବାରେ ସଫଳ ହେବ। ଆଡଭାନ୍ସ ବୁକିଙ୍ଗ ଟ୍ରେଣ୍ଡକୁ ଦେଖିଲେ ଜଣାଯାଉଛି ଏହି ଫିଲ୍ମଟି ଚଳିତ ବର୍ଷର ବଡ ଫିଲ୍ମ ହୋଇପାରେ। ଚଳିତ ବର୍ଷ ଏହି ରେକର୍ଡ ଟାଇଗର ଶ୍ରଫ୍‌ଙ୍କ ବାଗି-୨ ନାମରେ ରହିଛି ଯାହା ପ୍ରଥମ ସପ୍ତାହରେ ୧୧୨ କାଟି ବ୍ୟବସାୟ କରିଥିଲା । ୨୦୧୬ ରେ ଇଦ୍‌ରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ସୁଲତାନ ପ୍ରଥମ  ୩ ଦିନରେ ହିଁ ୧୦୫.୫୩  କୋଟି ଟଙ୍କା କମାଇଥିଲା । ଏହା ପୂର୍ବରୁ ୨୦୧୫ ଇଦ୍‌ରେ ଆସିଥିବା ବଜରଙ୍ଗୀ ଭାଇଜାନ ଓପନିଙ୍ଗ ସପ୍ତାହରେ ୧୦୨.୬ କୋଟି କଲେକ୍ସନ କରିଥିଲା।

ଆହୁରି ପଢ଼ନ୍ତୁ

You might also like