ଫିଲ୍ମ ସୋ’ ଆରମ୍ଭରେ ବିଳମ୍ବକୁ ନେଇ ହଙ୍ଗାମା

ବାଲେଶ୍ୱର  : ସିନେମା ହଲ୍‌ରେ ନୂଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ ଖାନ’ର ସୋ ଆରମ୍ଭ ହେବାରେ ବିଳମ୍ବକୁ ନେଇ ସିନେମା ହଲ୍‌ରେ ଦର୍ଶକଙ୍କ ଭଙ୍ଗାରୁଜା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ଗଣେଶ ସିନେମା ହଲ୍ ପରିସରରେ। ଦର୍ଶକଙ୍କ ଅଭିଯୋଗ, ଏହି ସିନେମା ଦେଖିବା ପାଇଁ ପାଖାପାଖି ୫ଶହରୁ ଅଧିକ ଦର୍ଶକ ଟିକେଟ କିଣିଥିଲେ।

ତେବେ କୌଣସି କାରଣ ବଶତଃ ଏହି ସିନେମା ହଲରେ ନୂଆ ରିଲିଜ୍ ହୋଇଥିବା ‘ସୁନ୍ଦରଗଡ଼ର ସଲମାନ ଖାନ’ର ଆଜିର ସୋ ଆରମ୍ଭ ହେବାରେ ବିଳମ୍ବ ଘଟିଥିଲା। ଏଥିରେ ଉତ୍‌କ୍ଷିପ୍ତ ଶତାଧିକ ଦର୍ଶକ ହଲ୍ ପରିସରରେ ହଙ୍ଗାମା ମଚାଇଥିଲେ। ତାସହ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ।

ତେବେ ଏନେଇ ସିନେମା ହଲ୍ ମାଲିକ କିମ୍ବା ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like