ପାଠରେ ପଛୁଆ କିନ୍ତୁ ଅଭିନୟରେ ଆଗୁଆ : ଜାଣନ୍ତୁ କେଉଁ ଷ୍ଟାରଙ୍କ କ୍ୱାଲିଫିକେସନ କେତେ
ଫିଲ୍ମରେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ମନଛୁଆଁ ଅଭିନୟ ଦେଖି ଆପଣ ଖୁବ୍ ଆକର୍ଷିତ ହୁଅନ୍ତି। ଆଉ ଖୁବ୍ ତାରିଫ୍ ମଧ୍ୟ କରନ୍ତି। ହେଲେ ଆପଣ ଜାଣନ୍ତି ଏହି କଳାକାରମାନଙ୍କ ମଧ୍ୟରୁ ଅନେକ ଅଧାରୁ ପାଠ ଛାଡ଼ିଛନ୍ତି। ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା କଳାକାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଗ୍ରାଜୁଏସନ ମଧ୍ୟ ଶେଷ କରିନାହାନ୍ତି । ଖାଲି ଏତିକି ନୁହେଁ କିଛି କଳାକାର ଗ୍ରାଜୁଏସନ ତ ଦୂରର କଥା ବରଂ ସେମାନେ ସ୍କୁଲ୍ ପାଠପଢା ମଧ୍ୟ ସମାପ୍ତ କରିନାହାନ୍ତି । କିନ୍ତୁ ଏସବୁ ପରେ ମଧ୍ୟ ସେମାନେ ସଫଳତାର ଶୀଖର ଛୁଇଁ ପାରିଛନ୍ତି । ଆସନ୍ତୁ ଜାଣିବା ସେହି କଳାକାର ମାନଙ୍କ ବିଷୟରେ ।
ଅମୀର ଖାନ- ଅଭିନୟରରେ ସବୁ ଶ୍ରେଣୀର ଦର୍ଶକଙ୍କୁ ସେ ମତୁଆଲା କରନ୍ତି। ମିଷ୍ଟର ପରଫେକସନିଷ୍ଟ ଭାବେ ପରିଚିତ ଅମୀର ଖାନ୍ ତାଙ୍କର ଫର୍ମାଲ ଏଜୁକେସନ, ମୁମ୍ବାଇର ନର୍ସି ମଂଜି କଲେଜରେ ଶେଷ କରିଛନ୍ତି । ସବୁବେଳେ ନିଆରା ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନକୁ ଜିଣିଥିବା ଅମିର୍ କେବଳ ଯୁକ୍ତ୨ ଯାଏ ପଢିଛନ୍ତି । ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର ଭାବରେ ସୁନାମ ଅର୍ଜନ କରିଥିବା ଏହି ଅଭିନେତା ଜଣେ ଭିନ୍ନ ଖିଆଲର ମଣିଷ ଭାବରେ ବେଶ୍ ପରିଚିତ ।
ସଲମାନ ଖାନ- ବଲିଉଡର ଅଣ୍ଡରଗ୍ରାଜୁଏଟ କଳାକାର ମାନଙ୍କ ମଧ୍ୟରେ ପ୍ରଖ୍ୟାତ ଅଭିନେତା ଦବଙ୍ଗ ଖାନଙ୍କ ନାମ ମଧ୍ୟ ଯୋଡ଼ି ହୋଇ ରହିଛି । ସେ ଅଭିନୟ ଦ୍ୱାରା ନିଜ ସ୍ୱପ୍ନକୁ ସାକାର କରିବାକୁ ଚାହୁଁଥିଲେ ଏବଂ ବାନ୍ଦ୍ରାର ନ୍ୟାସନାଲ କଲେଜରୁ ଅଧାରୁ ପାଠ ଛାଡିଥିଲେ। ସଲମାନ ତାଙ୍କର ସ୍କୁଲିଂ ମୁମ୍ବାଇର ବାନ୍ଦ୍ରାସ୍ଥିତ ସେଂଟ ଷ୍ଟାନିସ୍ଲସ ହାଇସ୍କୁଲ ଏବଂ ଗ୍ୱାଲିଅରର ସିଣ୍ଡିଆ ସ୍କୁଲରେ ସମାପ୍ତ କରିଥିଲେ ।
କରିସ୍ମା କପୁର- ବଲିଉଡର ଖୁବ ସଫଳତମ ଅଭିନେତ୍ରୀ ମାନଙ୍କ ମଧ୍ୟରୁ କରିସ୍ମା କପୁର ଜଣେ । କରିସ୍ମା ମାତ୍ର ୧୬ ବର୍ଷ ବୟସରେ ବଲିଉଡରେ ଫିଲ୍ମ ‘ପ୍ରେମ କଏଦୀ’ରେ ଡେବ୍ୟୁ କରିଥିଲେ । ସେ ଷଷ୍ଠ ଶ୍ରେଣୀରୁ ପାଠ ପଢା ଛାଡ଼ିଥିଲେ । କଥାଟି ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ସଂପୂର୍ଣ୍ଣ ସତ୍ୟ ।
ଐଶ୍ୱର୍ଯ୍ୟା ରାୟ- ମିସ୍ ୱାର୍ଲଡ ଐଶ୍ୱର୍ଯ୍ୟା ରାୟ ଜଣେ ବ୍ରିଲିୟାଣ୍ଟ ଷ୍ଟୁଡେଣ୍ଟ ଥିଲେ ଏବଂ ସେ ଏଚଏସସି ପରୀକ୍ଷାରେ ୯୦ ପ୍ରତିଶତ ସଂଖ୍ୟା ରଖିଥିଲେ । ସେ ଜଣେ ବାସ୍ତୁକାର ହେବାକୁ ଚାହୁଁଥିଲେ, ସେଥିପାଇଁ ସେ ରହେଜା କଲେଜ ଅଫ ଆର୍ଟସରେ ନାମ ଲେଖାଇଥିଲେ। କିନ୍ତୁ ମଡେଲିଂରେ କ୍ୟାରିଅର କରିବାକୁ ଚାହୁଁଥିବାରୁ ପଢା ଛାଡ଼ି ଦେଇଥିଲେ ।
ଦୀପିକା ପାଦୁକୋନ- ବଲିଉଡର ଶାନ୍ତିପ୍ରିୟା ଭାବରେ ପରିଚିତ ଦୀପିକା ପାଦୁକୋନ ସୋଫିଆ ହାଇସ୍କୁଲ ଏବଂ ମାଉଂଟ କାର୍ମେଲ କଲେଜରେ ହାଇସ୍କୁଲ ପଢା ସମାପ୍ତ କରିଥିଲେ । ଇଗ୍ନୋରେ ସେ ବ୍ୟାଚଲର ଅଫ ଆର୍ଟସର ଡିଗ୍ରୀ ପାଇଁ ଆବେଦନ କରିଥିଲେ । ମଡେଲିଂରେ ଧ୍ୟାନ ଦେବାପାଇଁ ସେ ପାଠପଢା ଛାଡ଼ିଦେଇଥିଲେ।
ଆଲିଆ ଭଟ୍ଟ- କମ୍ ବର୍ଷୀୟା ସୁପରଷ୍ଟାର ଆଲିଆ ଭଟ୍ଟ ୨୦୧୧ରେ ଜମ୍ନାବାଈ ନର୍ସି ସ୍କୁଲରେ ନିଜର ସ୍କୁଲିଂ ସମାପ୍ତ କରିଥିଲେ । ୨୦୧୨ରେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମ କ୍ୟାରିଅର ଯୋଗୁଁ ସେ ପଢାଠାରୁ ଦୂରେଇ ଯାଇଛନ୍ତି । ତେବେ ଶିକ୍ଷାରେ ଆଗକୁ ବଢିବା ପାଇଁ ଆଲିଆଙ୍କ ପାଖରେ ଖୁବ ଅଧିକ ସମୟ ରହିଛି ।