ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଜଗମୋହନ, ପାଖରୁ ଦର୍ଶନ କରିବେ ଶ୍ରଦ୍ଧାଳୁ
ପୁରୀ: ସୋମବାର ଖୋଲିବ ଶ୍ରୀମନ୍ଦିର ଜଗମୋହନ। ପୂର୍ବରୁ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସକାଳ ଧୂପ ପରେ ଜଗମୋହନ ଖୋଲିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।
ନୀତିକାନ୍ତି ସମୟରେ ଜଗମୋହନ ଭିତରକୁ ପ୍ରବେଶ ବନ୍ଦ ରହିବ। ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳବଲ୍ଲଭ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭକ୍ତମାନେ ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରିବେ, ଏବଂ ବେହରଣ ଦ୍ୱାର ଦେଇ ଫେରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।