ରତ୍ନଭଣ୍ଡାର ଖୋଲିବାକୁ ବିରୋଧ: ଆତ୍ମାହୁତି ଧମକଦେଲେ ପୂଜାପଣ୍ଡା ସେବକ

ପୁରୀ: ଶ୍ରୀମନ୍ଦିର ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡାଙ୍କ ଆତ୍ମାହୁତି ଧମକ।  ଆସନ୍ତା ୨୬ ତାରିଖରେ ଯଦି ASI କର୍ତ୍ତୃପକ୍ଷ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପଶିବାକୁ ଉଦ୍ୟମ କରିବେ ତାହେଲେ ସେ ଶ୍ରୀମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି।

ଗତକାଲି ହାଇକୋର୍ଟ ରତ୍ନ ଭଣ୍ଡାର ଅନୁଧ୍ୟାନ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଆସନ୍ତା ୨୬ ଓ ୨୭ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ ପ୍ରତ୍ନତତ୍ତ୍ୱ ବିଭାଗ।

You might also like