ଶ୍ରୀମନ୍ଦିର ସେବାୟତଙ୍କ ବିରୋଧରେ ଚୋରି ଅଭିଯୋଗ

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କଠାରୁ ଚୋରି ଅଭିଯୋଗ। କଟକର ଜଣେ ଭକ୍ତଙ୍କ ପକେଟରୁ ପର୍ସ ଚୋରି କରିଛନ୍ତି ଖୋଦ୍ ଜଣେ ସେବାୟତ। ଏ ନେଇ ଭକ୍ତ ଜଣକ ସିଂହଦ୍ୱାର ଥାନାରେ ଅଭିଯୋଗ ପରେ ପୋଲିସ ସଂପୃକ୍ତ ସେବାୟତଙ୍କୁ ଅଟକ ରଖିଛି।

ଅଭିଯୋଗ ଅନୁସାରେ, ଗତକାଲି  କଟକରୁ ଆସିଥିବା ସ୍ୱପ୍ନଜୀତ ନାୟକ ନାମକ ଜଣେ ଭକ୍ତ ନାଟମଣ୍ଡପ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ତାଙ୍କ ପକେଟ୍‌ରୁ ପର୍ସ ଚୋରି ହୋଇଥିଲା। ଏନେଇ ଜଣେ ସେବାୟତଙ୍କ ବିରୋଧରେ ସ୍ୱପ୍ନଜୀତ ପୋଲିସରେ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ଅଭିଯୁକ୍ତ ସେବାୟତଙ୍କୁ ପୋଲିସ୍‌ ଅଟକ ରଖିବା ସହ ତାଙ୍କଠାରୁ ଚୋରି ହୋଇଥିବା ପର୍ସ ଜବତ କରିଥିଲା। ଅନ୍ୟପକ୍ଷରେ ଏହି ଘଟଣା ସମୟର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଖୋଳତାଡ଼ ଜାରି ରହିଛି।

You might also like