ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନ ନେଇପାରିବେନି ସେବାୟତ

ପୁରୀ: ଶ୍ରୀମନ୍ଦିରକୁ ଭକ୍ତ ଦେଉଥିବା ଦାନ ଓ ଭକ୍ତଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପ୍ରଶାସନ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଏଣିକି  ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିବା ନୈବେଦ୍ୟ, ଶ୍ରଦ୍ଧାଞ୍ଜଳି , ଦାନ ଅର୍ଥ କିମ୍ବା ବସ୍ତୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ ଓ କର୍ମଚାରୀ ଗ୍ରହଣ କରିପାରିବେ ନାହିଁ। ଭକ୍ତମାନେ ସେବାୟତଙ୍କୁ ଦାନ ନ ଦେଇ ଏହାକୁ ଶ୍ରୀମନ୍ଦିର ହୁଣ୍ଡି ବା ଦାନବାକ୍ସ କିମ୍ବା ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ, ଶାଖା ଅଫିସ୍ ଏବଂ ସୂଚନା କେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍ ଗ୍ରହଣ କରିପାରିବେ।

ସୁପ୍ରିମକୋର୍ଟଙ୍କ ଏ ସଂକ୍ରାନ୍ତ ଆଦେଶକୁ ସମସ୍ତ ନିଯୋଗଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେହିପରି ବିଗତ ୨୩ ବର୍ଷ ଧରି ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଦେଇଥିବା ଦାନକୁ ଗତକାଲି ଏସ୍‌ବିଆଇ ଲକର୍‌ରେ ରଖାଯାଇଛି।

ଦାନ ସୂତ୍ରରେ ମିଳିଥିବା ମୋଟ୍ ୧୫ କେଜିର ସୁନାକୁ ଲକର୍‌ରେ ରଖାଯାଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

You might also like