ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ

ଭୁବନେଶ୍ୱର : ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।  ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ଉତ୍ତର, ଦକ୍ଷିଣ ଓ ଏମାର ମଠର ଉନ୍ନତୀକରଣ, ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତି, ଶ୍ରୀମନ୍ଦିର ଭିତର ବେଢ଼ାରେ ସ୍କନ୍ଦ ପୁରାଣ ସଂପର୍କିତ ଚିତ୍ର, ବାହାର ବେଢ଼ାରେ ଜଗନ୍ନାଥଙ୍କୁ ନେଇ ଓଡ଼ିଶା ଇତିହାସ ଚିତ୍ର, ଜଗନ୍ନାଥ ବଲ୍ଲଭ ମଠର ଉନ୍ନତି, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଅଠର ନଳାର ଉନ୍ନତୀକରଣ ଓ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ତଥା ଗରିବ ସେବକଙ୍କ ପାଇଁ କଲୋନୀ ସମ୍ପର୍କିତ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦିବ୍ୟସିଂହଦେବ କହିଛନ୍ତି।

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ କନଫରେନ୍ସ ଗୃହରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ପୁରୀ ଶ୍ରମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଆଇନମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ସମେତ ଆଇନ ସଚିବ, ପୂର୍ତ୍ତ ସଚିବ ପ୍ରମୁଖ ଯୋଗ ଦେଇଥିଲେ।

ଦେଖନ୍ତୁ ଏହି ଭିଡ଼ିଓ-

You might also like