ସତ୍ୟବାଦୀ ବନ ବିଦ୍ୟାଳୟରେ କ୍ଲାସ୍‌ ନେଲେ ଜିଲ୍ଲାପାଳ

ପୁରୀ: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ ସାକ୍ଷୀଗୋପାଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟରେ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ।

ଗତକାଲି ଜିଲ୍ଲାପାଳ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ସ୍କୁଲରେ ପାଠପଢା ଚାଲିଥିବାବେଳେ, ଜିଲ୍ଲାପାଳ ମଧ୍ୟ ସେଥିରେ ସାମିଲ ହୋଇଥିଲେ।  ଆଉ ପିଲାଙ୍କୁ ରାମାୟଣର କଥାବସ୍ତୁ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ହୋଇଥିଲେ।

collector

ପରେ ନିଜେ ପଢାଇଥିବା ପାଠରୁ କିଛି ପ୍ରଶ୍ନ ମଧ୍ୟ ପିଲାଙ୍କୁ ପଚାରିଥିଲେ।  ଛାତ୍ରଛାତ୍ରୀ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇଥିବାରୁ ଜିଲ୍ଲାପାଳ ବେଶ୍‌ ଖୁସି ଅନୁଭବ କରିଥିଲେ।

ଏହାପରେ ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଧାୟକ ସ୍କୁଲର ବିଭିନ୍ନ ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ।  ଯେଉଁ ଶ୍ରେଣୀ ଗୃହ ଗୁଡିକର ଛାତ ଭାଙ୍ଗି ଯାଇଛି ତାକୁ ଶୀଘ୍ର ମରାମତି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।  ଏହାସହ ବିଦ୍ୟାଳୟ ପରିସର ପରିସ୍କାର ରଖିବାକୁ ଜିଲ୍ଲାପାଳ କହିଥିଲେ।

You might also like