ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା ; ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଶୁଣାଣି ଶେଷ

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଶେଷ ହୋଇଛି। ବଲାଙ୍ଗିର ଏଡିଜେ କୋର୍ଟରେ ଏନେଇ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଜେଲରେ ଅଛନ୍ତି। ଗତ ଏପ୍ରିଲ ୨୩ ତାରିଖରେ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଆଇଟି। ତାପରେ ପର୍ଯ୍ୟାୟକ୍ରମେ ରାଜ୍ୟ ଓ ରାଜ୍ୟ ବାହାରକୁ ପୁଞ୍ଜିଲାଲକୁ ରିମାଣ୍ଡରେ ନେଇ ପ୍ରମାଣ ଯୋଗାଡ କରିଥିଲା କ୍ରାଇମବ୍ରାଞ୍ଚ।

ଗତ ଫେବୃୟାରୀ ୨୩ ତାରିଖରେ ରାୟପୁରରୁ ଆସିଥିବା ଏକ ଅଜଣା ପାର୍ସଲକୁ ଖୋଲିଥିଲେ ନବବିବାହିତ ଦମ୍ପତ୍ତି ସୌମ୍ୟଶେଖର ଏବଂ ପତ୍ନୀ ରୀମାରାଣୀ। କିନ୍ତୁ ଦୁର୍ଭାଗ୍ୟକୁ ପାର୍ସଲଟି ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ସୌମ୍ୟଶେଖର ଏବଂ ସମ୍ପର୍କୀୟ ଜେଜେମା’ଙ୍କ ଜୀବନ ଯାଇଥିଲା।

ଆହୁରି ପଢ଼ନ୍ତୁ

You might also like