ବ୍ୟାଙ୍କ ଧର୍ମଘଟ: SBI ନେଟଓ୍ୱର୍କରେ ପ୍ରାୟ ୫ ଶହ କୋଟି ଡିପୋଜିଟ୍ ବନ୍ଦ

ଭୁବନେଶ୍ୱର: ୨ ପ୍ରତିଶତ ଦରମା ବୃଦ୍ଧିର ପ୍ରତିବାଦରେ ଦୁଇ ଦିନିଆ ଧର୍ମଘଟରେ ବସିଛନ୍ତି ବ୍ୟାଙ୍କ କର୍ମଚାରୀ। ୪୮ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛି ବ୍ୟାଙ୍କ କର୍ମଚାରୀଙ୍କ ସାମଗ୍ରିକ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କିଂ ୟୁନିଅନ୍ UFBU।

ଫଳରେ ଆଜି ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକରେ କାରବାର ଏକଦମ୍‌ ବନ୍ଦ ହୋଇଯାଇଛି। ମାସର ଶେଷ ସମୟ ହୋଇଥିବାରୁ ଦରମା ଓ ଅନ୍ୟାନ୍ୟ ସେବା ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ୯ଟି ବ୍ୟାଙ୍କ୍ ୟୁନିଅନ୍ ଆନ୍ଦୋଳନକୁ ନ୍ୟାୟ ସଙ୍ଗତ କହି ୪୮ ଘଣ୍ଟିଆ ଆନ୍ଦୋଳନ ଜାରି ରଖିଛନ୍ତି।bank strike

ଆନ୍ଦୋଳନର ପ୍ରଥମ ଦିନରେ ଭାରତର ସବୁଠୁ ବଡ଼ ବ୍ୟାଙ୍କ SBIର ଓଡ଼ିଶା ନେଟଓ୍ୱର୍କରେ ପ୍ରାୟ ୫ ଶହ କୋଟି ଟଙ୍କାର ଡିପୋଜିଟ୍ ହୋଇପାରି ନ ଥିବା ଜଣାପଡ଼ିଛି। ପ୍ରାୟ ୨୧ରୁ ଅଧିକ ବ୍ୟାଙ୍କର ୧୦ ଲକ୍ଷରୁ ଅଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଧର୍ମଘଟ ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ଏପଟେ ମାସ ଶେଷ ହୋଇଥିବାରୁ ସାଧାରଣ ଗ୍ରାହକଙ୍କ ସହ ବିଶେଷକରି ଦରମା ଓ ପେନସନ ଆଶାୟୀ ସମସ୍ୟାରେ ପଡ଼ିଛନ୍ତି। ଧର୍ମଘଟ ଯୋଗୁଁ ଏଟିଏମରୁ ଟଙ୍କା ଖାଲି ହୋଇଯାଇଥିବାରୁ ଗ୍ରାହକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like