ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ

ଅନୁଗୋଳ : ଶକ୍ତି ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ। ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ଅନୁଗୋଳ ଗସ୍ତରେ ଯାଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଅନୁଗୋଳରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବା ଅଭିଯୋଗ କରି ସେମାନେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ।

ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଅାଜି ନାଲକୋର ଫ୍ୟାକ୍ଟ୍ରୀ ଓ ବଏଲର ବିଭାଗର ଏକ ସେମିନାରରେ ଯୋଗ ଦେବାକୁ ଯାଉଥିଲେ। ବିରୋଧ ସତ୍ତ୍ୱେ ମନ୍ତ୍ରୀ ସୁଶାନ୍ତ ସିଂ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

You might also like