ଇମ୍ଫା ପ୍ଲାଣ୍ଟରେ ଆନ୍ଦୋଳନ ଜାରି: ବାହ୍ୟ ଚାପ ନେଇ ସନ୍ଦେହ

ରାୟଗଡ଼ା: ଥେରୁବାଲି ସ୍ଥିତ ଇମ୍ଫା ପ୍ଲାଣ୍ଟ ଆଗରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି।  ଏଥିପାଇଁ ପ୍ଲାଣ୍ଟ ପରିସରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ସାଧାରଣ ଲୋକ ଓ କାରଖାନା ଭିତରେ ବନ୍ଦୀ ହୋଇ ରହିଥିବା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଏଭଳି ଆନ୍ଦୋଳନ ପଛରେ କୌଣସି ବାହ୍ୟ ଚାପ ଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସେପଟେ ଆଜି ରାୟଗଡ଼ା ଉପଜିଲ୍ଲାପାଳ ପ୍ରବୀର ନାୟକ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଥେରୁବାଲିର କୌଣସି ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ଆନ୍ଦୋଳନକାରୀମାନେ କହିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆନ୍ଦୋଳନର ସମାଧାନ ଲାଗି ପ୍ଲାଣ୍ଟ ପରିସରରେ ଆଲୋଚନା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ଇମ୍ଫା କର୍ତ୍ତୃପକ୍ଷ। ଯଦି ତାହା ସମ୍ଭବ ନୁହେଁ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସି ଆଲୋଚନା ହେଉ ବୋଲି ଇମ୍ଫା କର୍ତ୍ତୃପକ୍ଷ କହିଛନ୍ତି। ଆନ୍ଦୋଳନକାରୀମାନେ ମାରଣାସ୍ତ୍ର ରଖିଥିବା ଟେଲିଭିଜନ ଫୁଟେଜରୁ ଦେଖିବାକୁ ମିଳିଛି ତେଣୁ ଆନ୍ଦୋଳନସ୍ଥଳରେ ଆଲୋଚନା ସମ୍ଭବ ନୁହେଁ ବୋଲି ଇମ୍ଫା କର୍ତ୍ତୃପକ୍ଷ ଜଣାଇଛନ୍ତି।

 

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like