ଆମେରିକାର ବନ୍ଧୁକ ଆଇନ୍‌କୁ ଜୋରଦାର ବିରୋଧ

ନୂଆଦିଲ୍ଲୀ: ଦେଶର ଥିବା ବନ୍ଧୁକ ଆଇନକୁ ଜୋରଦାର ବିରୋଧ କରିଛନ୍ତି ଆମେରିକାବାସୀ। ହଜାର ହଜାର ଲୋକ ଏକଜୁଟ୍ ହୋଇ ଦେଶରେ ଏହି ଆଇନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରବିବାର ୱାସିଂଟନ୍ ଡିସିରେ ବିକ୍ଷୋଭକାରୀଙ୍କ ଶୋଭାଯାତ୍ରା ପହଞ୍ଚିଛି। ଏହି ଶୋଭାଯାତ୍ରାର ନାଁ ରଖାଯାଇଛି ‘ମାର୍ଚ୍ଚ ଫର୍ ଆୱାର୍ ଲାଇଭ୍।’

କିଛି ମାସ ଭିତରେ ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିଛି। ବିଶେଷ କରି ସ୍କୁଲ ଓ କଲେଜରେ ଅନେକ ଥର ଗୁଳିକାଣ୍ଡ ହୋଇଛି। ଏହାର ଜ୍ଵଳନ୍ତ ଉଦାହରଣ ହେଲା ଗତ ମାସ ଫ୍ଲୋରିଡାର ଏକ ସ୍କୁଲରେ ହୋଇଥିବା ଗୁଳିକାଣ୍ଡ। ଏଥିରେ ଜଣେ ଦୁର୍ବୁତ୍ତ ସ୍କୁଲ୍‌ରେ ଗୁଳିକାଣ୍ଡ ଘଟାଇଥିଲେ। ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଶରେ ଥିବା କୋହଳ ବନ୍ଧୁକ ନୀତିକୁ ଏଥିପାଇଁ ଦାୟୀ କରାଯାଇଛି। ତେଣୁ   ଆମେରିକାରେ ବଢୁଥିବା ବନ୍ଧୁକ ବିକ୍ରିକୁ କଟକଣା ଲଗାଇବା ପାଇଁ ଚାହୁଁଛନ୍ତି ଦେଶବାସୀ। ବିକ୍ଷୋଭକାରୀମାନେ ମଧ୍ୟ ଏହାର ପ୍ରବଳ ବିରୋଧ କରିଛନ୍ତି। କେବଳ ଆମେରିକା ନୁହେଁ ଲଣ୍ଡନ, ଜେନେବା, ସିଡ୍‌ନି ଓ ଟୋକିଓରୁ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀ ଏଥିରେ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍‌ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ଡିସେମ୍ବର ୧୧ରେ ଆସିବ କରୋନା ଟିକା ‘ଫାଇଜର’

ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ…

ଏନକାଉଣ୍ଟର; ୩ ନକ୍ସଲଙ୍କ ମୁଣ୍ଡ ଗଡ଼ିଲା

‘ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ଦେଶ ହେଉ’

ଅଭିନବ ଉପାୟରେ ସୁନା ଚାଲାଣ କରୁଥିଲେ; ଦୁବାଇରୁ ଆସି ଧରାପଡ଼ିଲେ ଲକ୍ଷ୍ନୌରେ

ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ ଦୁଇ ଯୁବକ, ମାଡ଼ି ଆସିଲା ଟ୍ରେନ୍‌

କୋଭିଡରେ ଆଖି ବୁଜିଲେ ମହାତ୍ମାଗାନ୍ଧୀଙ୍କ ଅଣନାତି

You might also like