ଦିଲ୍ଲୀ ଏମ୍‌ସରୁ ଜଗା କାଳିଆଙ୍କ ଡିସ୍‌ଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା କାଳିଆ। ଏଥିପାଇଁ ଆରମ୍ଭ ହୋଇଛି ଆରମ୍ଭ। ଓଡ଼ିଶାରୁ ଯାଇଥିବା ୫ଜଣିଆ ଡାକ୍ତରୀ ଦଳ ଆଜି ଦିଲ୍ଲୀ AIIMSକୁ ଯାଇ ଆଲୋଚନା କରିଛନ୍ତି। ଦିଲ୍ଲୀ AIIMSର ନ୍ୟୁରୋ ସାଇନ୍ସ ମୁଖ୍ୟ ଦୀପକ ଗୁପ୍ତାଙ୍କ ସହ ଆଲୋଚନା କରିଥିଲେ ଏହି ଟିମ୍।

ତେବେ ଏହି ଡାକ୍ତରୀ ଟିମ୍ ଆଲୋଚନା ସଂପର୍କୀତ ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦେବେ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଜଗା କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପାଇଁ ଏହି ଟିମ୍ ଦିଲ୍ଲୀ ଏମ୍ସ ଯାଇଥିଲେ। ଜଗା କାଳିଆଙ୍କୁ ଓଡିଶା ସ୍ଥାନାନ୍ତରିତ କରାଯାଇପାରିବ କି ନାହିଁ ସେନେଇ ଡାକ୍ତରୀ ଦଳ ରିପୋର୍ଟ ଦେବେ।

ଏହି ଟିମରେ ଭୁବନେଶ୍ୱର AIIMSର ଜଣେ ଡାକ୍ତରଙ୍କ ସମେତ କଟକ SCBର ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ସର୍ଜରୀ, ପେଡିଆଟ୍ରିକ ଓ ମେଡିସିନ ବିଭାଗର ବିଶେଷଜ୍ଞ ଥିଲେ।

You might also like