SBI ଗ୍ରାହକ ସେବା କେନ୍ଦ୍ରରୁ ଠକେଇ ଘଟଣା: ତଦନ୍ତ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଝାମ୍ପୁରା ବଜାରରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରୁ ହୋଇଥିବା ଠକେଇ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି।  ଆଞ୍ଚଳିକ ଶାଖା ଏବଂ ମୁଖ୍ୟ SBIର ତିନି ଜଣିଆ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।  ତେବେ ଗ୍ରାହକଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ହଡ଼ପ ହୋଇଥିବା ଜଣାପଡିଛି।

ସେପଟେ  ଜନସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାଲିକଙ୍କ ଅଜାଣତରେ ଏସବୁ ହୋଇଥିବା ଜଣାପଡ଼ିଛି।  ଏହାସହ ତଦନ୍ତ ପରେ ଯଦି କେହି ଗ୍ରାହକ ଠକାମିର ଶିକାର ହୋଇଥିବା ଜଣାପଡ଼େ ତେବେ ସେମାନଙ୍କ ଟଙ୍କା ଫେରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଗତକାଲି ଗ୍ରାହକ ସେବା କେନ୍ଦ୍ରରେ ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା।  ଗୀତାଞ୍ଜଳି ସିଂ ନାମକ ଜଣେ ମହିଳା ଚାନ୍ଦିପୁର ରାସ୍ତା ଝାମ୍ପୁରାରେ ଥିବା SBI ଗ୍ରାହକ ସେବା କେନ୍ଦ୍ରରେ ୨୦୧୬ ମସିହାରେ ଆକାଉଣ୍ଟ ଖୋଲିଥିଲେ।  ନିଜ ଆକାଉଣ୍ଟରେ ସେ ୩୯ହଜାର ୯ଶହ ଟଙ୍କା ରଖିଥିଲେ।  ତେବେ ଟଙ୍କା ଉଠାଇବାକୁ ଗଲାବେଳେ ଆକାଉଣ୍ଟରେ କିଛି ନ ଥିବା ସେ ଜାଣିବାକୁ ପାଇଥିଲେ।  ଖାଲି ଗୀତାଞ୍ଜଳି ନୁହଁନ୍ତି ଅନ୍ୟ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like