ଯେତେ ଲୁଚାଇଲେ ଲୁଚୁନି, ଏହି ଅଭିନେତାଙ୍କ ସହ ଡିନର ଡେଟ୍‌ରେ ଗଲେ ପ୍ରିୟଙ୍କା

ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ମୁମ୍ବାଇର ବାନ୍ଦ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କୁଆଡେ କୁହାଯାଉଛି ଯେ, ପ୍ରିୟଙ୍କା ନିକ୍‌ଙ୍କ ସହ ଡିନର୍‌ ଡେଟ୍‌ ପାଇଁ ବାନ୍ଦ୍ରା ସ୍ଥିତ ଏକ ରେଷ୍ଟୁରାଣ୍ଟ ଯାଇଥିଲେ।

ଏହି ସମୟରେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ମଧ୍ୟ ନଜର ଆସିଥିଲେ। ପ୍ରକୃତରେ ନିକ୍‌ ଓ ପ୍ରିୟଙ୍କାଙ୍କ ମଧ୍ୟରେ କ’ଣ ଚାଲିଛି ତାହା ଜାଣିବା ପାଇଁ ସମସ୍ତେ ଉତ୍ସୁକ। ନିକ୍‌ଙ୍କ ବୟସ ୨୫ବର୍ଷ ବୋଲି ଜଣାପଡ଼ିଛି। ଆଉ ପ୍ରିୟଙ୍କା ବୟସରେ ନିକ୍‌ଙ୍କଠୁ ବହୁତ ବଡ଼।

ପ୍ରିୟଙ୍କା ଓ ନିକ୍‌ ଆଜିକାଲି ଏକାଠି ସମୟ ବିତାଉଥିବାର କୁହାଯାଉଛି। ଗତ ବର୍ଷ ମେଟ୍‌ ଗାଲାରେ ପ୍ରିୟଙ୍କାଙ୍କୁ ନିକ୍‌ଙ୍କ ସହ ଏକାଠି ଦେଖିବାକୁ ମିଳିବା ପରେ ସେବେଠୁ ଉଭୟଙ୍କୁ ନେଇ ଚର୍ଚ୍ଚା।

ପ୍ରିୟଙ୍କାଙ୍କୁ ନିକ୍‌ଙ୍କ ସହ ବିଭନ୍ନ ଇଭେଣ୍ଟସ୍‌ରେ ଏକାଠି ଦେଖିବାକୁ ମିଳୁଛି। ଏପରିକି ନିକ୍‌ଙ୍କ କଜିନ୍‌ଙ୍କ ବିବାହରେ ମଧ୍ୟ ପ୍ରିୟଙ୍କାଙ୍କୁ  ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ନିକ୍‌ଙ୍କ ହାତ ଧରିଥିବା ନଜର ଆସିଥିଲା।

ନିଜ ରିଲେସନ୍‌ସିପ୍‌କୁ ନେଇ ସବୁ ବେଳେ ଚୁପ୍‌ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା, ନିକ୍‌ଙ୍କ ସହ ତାଙ୍କ ସଂପର୍କକୁ ଖଣ୍ଡନ କରିବା ସହ ଏହାକୁ ହସରେ ଉଡ଼ାଇ ଦେଇଛନ୍ତି।

ତେବେ ପ୍ରକୃତ ସତ କଥା କ’ଣ ତାହା ସମୟ ଆସିଲେ ହିଁ ଜଣାପଡ଼ିବ।

ଆହୁରି ମଧ୍ୟ ପଢ଼ନ୍ତୁ- ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ!

You might also like