ରାଜ୍ୟବ୍ୟାପୀ ଘରୋଇ ବସ୍ ସେବା ବନ୍ଦ୍ : ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ଭୁବନେଶ୍ୱର : ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଛି ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ୧୭ ହଜାର ଘରୋଇ ବସ ଚଳାଚଳ ସେବା ସକାଳ ୬ଟାରୁ ଠପ୍ ହୋଇଯାଇଛି।
ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସଠାରୁ ଟୋଲ୍ ଆଦାୟ ସମ୍ପୂର୍ଣ୍ଣ ଛାଡ ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ।
ଏସବୁ ଦାବି ନେଇ ଗତକାଲି ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ସଂଘ ନେତାଙ୍କ ଆଲୋଚନା ହୋଇଥିଲା। ପରିବହନ ବିଭାଗ କିଛି ଦାବି ମାନି ନେଇଥିବାବେଳେ ସିଟି ବସ୍ ଚଳାଚଳ ଦାବି ନେଇ କିଛି ନିଷ୍କର୍ଷ ବାହାରିପାରିନଥିଲା। ଏ ନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ତେବେ ଦାବି ପୂରଣ ହୋଇନଥିବାରୁ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଥିଲା।
ଦେଖନ୍ତୁ ଏହି ଭିଡ଼ିଓ-