ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ
ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କର ମୃତ୍ୟୁ। ତାଙ୍କ ନାଁ ମୁନାବର ବିଶ୍ୱାଳ। ଗତକାଲି ବିଳମ୍ବିତ ରାତିରେ ମୁନାବରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଅସ୍ତରଙ୍ଗର ବଳଭଦ୍ରପୁର ଅଞ୍ଚଳରେ।
ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍ରେ ସଜ୍ଜା କାଟୁ ଥିଲେ। ଗତକାଲି ମୁନାବରଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ, ମୁନାବରଙ୍କ ପରିବାର ଲୋକ ଏହି ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।